ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

ରାଉରକେଲା/ହମିରପୁର ଉନ୍ନୟନ ପରିଷଦ ତରଫରୁ ହମିରପୁରରେ ଥିବା ସାଇ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ନୂଆ ବର୍ଷକୁ ସ୍ୱାଗତ ଓ ଡ଼କ୍ଟର ବି. ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ଏଥିରେ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତ ସଭାପତିତ୍ବ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ l ପରିଷଦର ଆବାହକ ନିରଞ୍ଜନ ଦାସ ଏହି ପାଳନର ସମ୍ୟକ ସୂଚନା ଦେଇଥିଲା ବେଳେ, ମୁଖ୍ୟବକ୍ତା ପ୍ରଫେସର ଡ଼କ୍ଟର ପ୍ରଭାତ ମଲ୍ଲିକ ବିସ୍ତୃତ ଭାବରେ ବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀର ବ୍ୟାଖ୍ୟା କରିଥିଲେ l ପରିଷଦର ଉପସଭାପତି ଉପେନ୍ଦ୍ର ନାୟକ ହମିରପୁରରେ ମିଳୁ ନଥିବା ମୌଳିକ ସୁବିଧା ପାଇଁ ସରକାର ଓ ରାଉରକେଲା ଇସ୍ପାତ କାରଖାନା କର୍ତୃପକ୍ଷଙ୍କ ଉଦାସୀନତା ବିଷୟରେ କ୍ଷୋଭ ପ୍ରକାଶ କରିବା ସହ ସମସ୍ତେ ଐକ୍ୟବଦ୍ଧ ହୋଇ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ l ଉପସ୍ଥିତ ଅନ୍ୟ ସଭ୍ୟ ମହେଶ୍ୱର ସାହୁ, ଅନିଲ କୁମାର ବାଲଚନ୍ଦାନି, ବିଷ୍ଣୁ ଚରଣ ନାୟକ, କୃଷ୍ଣ ଚନ୍ଦ୍ର ଧଳ, ହରମାନ ଲାକ୍ରା, ସନ୍ତୋଷ ରାଇଗୁରୁ, ସୁରଥ ବାଗ, ଋତ୍ଵିକ ଭୁବନେଶ୍ୱର ଆଚାର୍ଯ୍ୟ, ମହେନ୍ଦ୍ର ପଣ୍ଡିତ, ସଚ୍ଚିଦାନନ୍ଦ ପରିଡା, ଦିପ୍ତୀରଂଜନ ବାରିକ, ଭିନୀତ ସିଂ, ଦୀପ୍ତେଶ ବାରିକ, ଅକ୍ଷୟ ପୁହାଣ ଓ ଅନ୍ୟମାନେ ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ହମିରପୁରର ଉନ୍ନତି ପାଇଁ ଆଗେଇଆସିବା ପାଇଁ ସମ୍ମତି ପ୍ରକାଶ କରିଥିଲେ l ସ୍ୱାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ଇସ୍ପାତ ଜେନେରାଲ ହସ୍ପିଟାଲର ଡାଇରେକ୍ଟର ସୁନାମଧନ୍ୟ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳଙ୍କୁ ପରିଷଦ ତରଫରୁ “ବିଶିଷ୍ଟ ସମାଜସେବା ସମ୍ମାନ ” ରେ ସମ୍ମାନିତ କରାଯାଇଥିଲା l ଶେଷରେ ପରିଷଦ ତରଫରୁ ନିରଞ୍ଜନ ନାୟକଙ୍କ ପ୍ରସ୍ତୁତ ବେଲ ପଣାରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଳିଲା ସୋଲାର ଷ୍ଟ୍ରିଟ ଲାଇଟ

Sunil Chandra Nayak

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

Leave a Comment

error: Content is protected !!