ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

ଜୁନାଗଡ଼,୧୪/୪(ମ ନି ସ) ଜୁନାଗଡ଼ ଅଂଚଳର ବିଭିନ୍ନ ସଂଗଠନ ତରଫରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡା,ଭୀମରାଓ ଆମ୍ବେଦକରଙ୍କ ୧୩୨ ତମ ଜନ୍ମଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ ଜନ୍ମଜୟନ୍ତୀ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ଜୁନାଗଡ଼ ତରଫରୁ ଏକ ବିଶାଳ ବାଇକ ଶୋଭଯାତ୍ରା ସ୍ଥାନୀୟ ହିଂଜିଲିବାହାଳି ଛକ ଠାରୁ ବହାରି ସହରର ଓରିଆନ ଛକ,ଥାନା ଛକ, ପୁରୁଣା ବସଷ୍ଟାଣ୍ଡ,କଲମପୁର ଛକ, ନୂଆ ବସ ଷ୍ଟାଣ୍ଡ,ଲଙ୍କେଶ୍ୱରୀ ଛକ ହୋଇ ଲଲବହାଦୁର କ୍ଳବ ,ଆମ୍ବେଦକର ନଗର ହୋଇ ସହର ପରିକ୍ରମା କରିଥିଲା।ଏହି ଶୋଭଯାତ୍ରା ରେ ବିଭିନ୍ନ ବାଜା ବଜଣାର ତାଳେ ତାଳେ ଜୟ ଭୀମ ବାବା ସାହେବ ଅମର ରହେ ନାରାବାଜିରେ ଚାରିଆଡେ ପ୍ରକମ୍ପିତ ହୋଇ ଉଠିଥିଲା।ଏହାପରେ ଲାଲ ବାହାଦୂର କ୍ଳବ ପ୍ରାଙ୍ଗଣରେ ଆୟୋଜିତ ସଭାରେ ନଗର ସଭାପତି ରଞ୍ଜନ ଜାଲ ଙ୍କ ସଭାପତିତ୍ୱର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଂଗଠନର କର୍ମକର୍ତା ସମେତ ଜନସାଧାରଣ ଯୋଗଦେଇ ବବସାହେବଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ମାଲ୍ୟାର୍ପଣ କରିଥିଲେ।ସଂଗଠନର ସାଧାରଣ ସମ୍ପାଦକ ଯତୀନ୍ଦ୍ର କର ବାବାସାହେବଙ୍କ ବାଣୀ ,ପଂଚତନ୍ତ୍ର ଓ ତାଙ୍କ ଆଦର୍ଶ ଉପରେ ଉଦବୋଧନ ଦେଇଥିଲେ।ସେହିପରି ପ୍ରମୁଖ କର୍ମକର୍ତା ବିଶ୍ୱନାଥ କର, ପାରିଷଦ ହିମାଦ୍ରୀ ସିନ୍ଦୁର ପ୍ରମୁଖ ବାବା ସାହେବଙ୍କ ଦିଗଦର୍ଶନ ଉପସ୍ଥାପନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଗଠନର ବ୍ଲକ ସଭାପତି ମହାଦେବ ବାଗ, ଚିତ୍ତରଞ୍ଜନ ନିଆଲ, ସମିତି ସଭ୍ୟା କଞ୍ଚାନ ବାଗ,ପ୍ରମୁଖ ଉପସ୍ଥିତ ହୋଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ସେହିପରି ଦୁଷ୍ମନ୍ତ ନାଏକ,ରଞ୍ଜନ ବାଗ ,ସତ୍ୟ ବୈଶ୍ୟ ,ଭୀଷ୍ମରଥୀ ଦୀପ, ରତନ ଧଙ୍ଗଡାମାଝୀ,ରିଷୀ ଖିତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ ଓ ଏନଏସି ଅଂଚଳରୁ ଶତାଧିକ କର୍ମକର୍ତା ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

masiha

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

Leave a Comment

error: Content is protected !!