ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

କାମାକ୍ଷାନଗର (ମ ନି ସ)୧୪/୦୪_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଯୋଗଦେଇ କହିଥିଲେ ସ୍ବାଧୀନତା ସଂଗ୍ରାମ କାଳରେ ସେ ଭାରତୀୟ ସମାଜର ସବୁଠାରୁ ନିଷ୍ପେଷିତ ବର୍ଗଙ୍କ ସପକ୍ଷରେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ତାହା ଆଜି ମଧ୍ୟ ଜାରି ରହିଛି। ତାଙ୍କର ନୀତି ଓ ଆଦର୍ଶ ଦେଶର କୋଟି କୋଟି ଦଳିତଙ୍କୁ ସ୍ବାଭିମାନ ସହ ଜୀବନଯାପନର ପଥ ପ୍ରଦର୍ଶନ କରିଆସୁଛି।ସେହିପରି ଜିଲ୍ଲା ଦଳିତ ମହାସଂଘ ତରଫରୁ ସ୍ଥାନିୟ କଲ୍ୟାଣ ମଣ୍ଡପ ଠାରେ ମଧ୍ୟ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ଯୋଗଦେଇ କହିଥିଲେ ଜଣେ ମହାନ ସମାଜ ସଂସ୍କାରକ, ଅର୍ଥନୀତିଜ୍ଞ ଓ ରାଜନେତା ଭାବରେ ଲୋକପ୍ରିୟ ବାବାସାହେବ ଡକ୍ଟର ଆମ୍ବେଦକର ଦେଶ ଓ ଦେଶବାସୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସମାଜରେ ସାମାଜିକ ଓ ଜାତିପ୍ରଥା ଆଧାରରେ ବିଭେଦତା ଦୂର କରିବା କ୍ଷେତ୍ରରେ ତାଙ୍କ ଭୂମିକା ଅବିସ୍ମରଣୀୟ। ୧୯୯୦ ମସିହାରେ ମଧ୍ୟ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।ସନ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଓ ବହୁ ସଂଖ୍ୟାରେ ଦଳିତ ମହାସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଧରମଡିହିରେ ବାବା ତିଲିକା ମାଝୀଙ୍କ ୨୭୪ ତମ ଜୟନ୍ତୀ ଧୂମଧାମରେ ପାଳିତ

Sunil Chandra Nayak

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ସର୍ପ‍ାଘାତରେ ଯୁବକ ଗୁରୁତର , ୫ ଫୁଟ ଲମ୍ବର ଚନ୍ଦ୍ରନାଗ ଉଦ୍ଧାର

masiha

Leave a Comment

error: Content is protected !!