ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଡା.ବି.ଆର. ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ

ଭବାନୀପାଟଣା: ତା 14/04/2023/ରିଖ ସ୍ଥାନୀୟ କେନ୍ଦୁଗୁଡା ଗ୍ରାମ ଠାରେ ସ୍ୱାମୀ ବିବେକନନ୍ଦ ପବ୍ଲିକ ସ୍କୁଲ ତରଫରୁ ଭାରତ ରତ୍ନ ତଥା ଭାରତ ସମ୍ବିଧାନର ରଚୟିତା ଡା.ବି.ଆର. ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ କରାଯାଉଛି| ସ୍କୁଲର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼.ଶିବରାମ ନାୟକଙ୍କ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ସରପଞ୍ଚ ରାଜୁ କରୁଆ ଅତିଥି ରୂପେ ଉପସ୍ଥିତ ରହି ସେହି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ବାବା ସାହେବ ଜଣେ ରାଷ୍ଟ୍ରଭକ୍ତ, ସୁଶାସକ ଥିଲେ ଓ ଯୁବପିଡ଼ି ପାଇଁ ରେ ଉଦାହରଣ ଥିଲେ ବୋଲି ସମସ୍ତ ଅତିଥି ତାଙ୍କ ଶ୍ରଦ୍ଧାଞ୍ଜଳୀ ବକ୍ତବ୍ୟ ରେ କହିଥିଲେ। ପ୍ରଥମେ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ସ୍କୁଲର ଅଧ୍ୟକ୍ଷ ନିଜ ସ୍ମୃତିଚାରଣ ରେ କହିଥିଲେ ଯେ କର୍ମ ଫଳ ବଳରେ ହିଁ ଜଣେ ବଂଚି ରହିଥାଏ ତଥା ସମାଜ କୁ ଦେଇଥିବା ଅବଦାନ ମଣିଷର ସ୍ୱତନ୍ତ୍ର ପରିଚୟ ଦେଇଥାଏ ।ଗ୍ରାମର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ବୃଷବ ଦାଶ ସଭା ପରିଚାଳନା ଓ ସୁଶାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

masiha

ଭାଲୁ ଆକ୍ରମଣରେ ନାବାଳକ ଆହତ 

masiha

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦର୍ଶ ବିଦ୍ୟାଳୟ ଉଦଘାଟିତ

Leave a Comment

error: Content is protected !!