ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସମାନତା ହିଁ ଆମ୍ବେଦକରବାଦ… ଧର୍ମଗଡ ବ୍ଲକ ଚିଲଚିଲା ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

ସାମାଜିକ ସମାନତା ହିଁ ଆମ୍ବେଦକରବାଦ ।ନିଜ ସହ ଅନ୍ୟକୁ ମଧ୍ୟ ସମ୍ମାନର ସହ ବଞ୍ଚିବାକୁ ଦେବା ହିଁ ଆମ୍ବେଦକରବାଦ। ସମ୍ମାନ ପାଇବାକୁ ହେଲେ ଶିକ୍ଷିତ ହେବାକୁ ହେବ ଏବଂ ନିଜ ହକ ଅଧିକାର ପାଇଁ ସଂଗଠିତ ହେବା ଆବଶ୍ୟକ ରହିଛି ବୋଲି ଶୁକ୍ରବାର ଚିଲଚିଲା ଠାରେ ଆୟୋଜିତ ଆମ୍ବେଦକର ଜୟନ୍ତୀ ଅବସରରେ ଯୋଗଦେଇଥିବା ଅତିଥିବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ। ଶୁକ୍ରବାର ଅଲ୍ ଓଡିଶା ସିଡ୍ଯୁଲ କାଷ୍ଟ ଫେଡେରେସନ ଧର୍ମଗଡ଼ ଶାଖା ତରଫରୁ ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା। ସକାଳ ୧୦ଟାରେ ବାଇକ ରେଲି ବିଜୁ ଏକ୍ସପ୍ରେସ ଓ୍ଵେ ଗୋଲେଇ ଛକ ଠାରୁ ଧର୍ମଗଡ଼ ସହର ପରିକ୍ରମା କରିବା ପରେ ଧର୍ମଗଡ଼ ଚାରିଛକରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଚିଲଚିଲା ଠାରେ ଅଲ ଓଡ଼ିଶା ସିଡ୍ଯୁଲ କାଷ୍ଟ ଫେଡେରେସନ ଧର୍ମଗଡ଼ ଶାଖା ସଭାପତି ବିରଞ୍ଚି ନାରାୟଣ ଜାଲଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌସୁଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବିଡ଼ିଓ ଶରତ କୁମାର ସେଠି, ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଦିଗାମ୍ବର ଦୂରିଆ, ପ୍ରଭାକର ଜାଲ, ବଙ୍କିମ ସାଗର, କ୍ଷେତ୍ରମୋହନ ସତନାମୀ, ଯୁବରାଜ ଜାଲ,ଲକ୍ଷ ଜ୍ୟୋତି ଜାଲ, ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ମହାନନ୍ଦ, ସତ୍ୟବାନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବାବାସାହେବ ଓ ବୁଦ୍ଧଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅଲ୍ ଓଡିଶା ସିଡ୍ଯୁଲ କାଷ୍ଟ ଫେଡେରେସନର ସମ୍ପାଦକ ପ୍ରଭାକର ଜାଲ ସଂଗଠନର ବାର୍ଷିକୀ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ଦୁରିଆ,ରମଣୀ ଦୁରିଆ,ପ୍ରେମଲାଲ ଦୁର୍ଗା ପ୍ରମୁଖ ପରିଚାଳନା କରିଥିଲେ। ଢଗମାଳି ନାଏକ, ମିଥୁନ ଦୁର୍ଗା, ରାଜକୁମାରୀ ନାଏକ,କିଣ୍ଡୋ ସୁନାନୀ, କାହ୍ନୁ ସେନାପତି,ଦେବାର୍ଚନ ସେଠିଆ,ଟଙ୍କଧର ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜଙ୍କ ଯୋଗଦାନ

Sunil Chandra Nayak

ବିଦ୍ୟାଷ୍ଟଡ଼ି ପଏଂଟରେ ଓଡ଼ିଆ ଅସ୍ମିତାର ମହାପର୍ବ ଉତ୍କଳ ଦିବସ ପାଳିତ

masiha

ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ 

masiha

Leave a Comment

error: Content is protected !!