ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଭାରମ୍ଭ ହେଲା ପବିତ୍ର ଚଡକ ପର୍ବ

ବାଲେଶ୍ଵର୧୧/୪/୨୩ – ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ହୁଗୁଳି ଠାରେ ଜଳଯନ୍ତ୍ର ଭାବେ ବିରାଜିତ ପୂର୍ବ ଭାରତ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵର ମହାଦେବଙ୍କ ପବିତ୍ର ଚଡ଼କ ପର୍ବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୁଭାରମ୍ଭ ହୋଇଛି । ଚଡ଼କ ପର୍ବ ପ୍ରଥମ ଦିନରେ ପାଟଭକ୍ତ ଓ ଦେଉଳିଆ ୨ଜଣ ଭକ୍ତଙ୍କ ଉପବୀତ ଧାରଣ ସହ ବାବାଙ୍କ ଚଳନ୍ତି ବିଗ୍ରହ ଭାବେ ମାନ୍ୟ କରାଯାଉଥିବା ଧ୍ବଜ ବାଉଁଶ ଛେଦନ କରି ଚଡ଼କ ପର୍ବ ଶୁଭାରମ୍ଭ କରିଥାନ୍ତି । ତାପରେ ୧୩ ଜଣ ସ୍ଥାୟୀ ଭକ୍ତଙ୍କ ବ୍ରତ ଧାରଣ ସହିତ ଉପବୀତ ଧାରଣ କରିଥାନ୍ତି । ଏହାସହିତ ଆସନ୍ତା ୧୨ ତାରିଖ ମହାନୀଳ ପର୍ବ ଓ ୧୩ ତାରିଖ ପାଟପର୍ବ ମୋଟ ଦୁଇ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଟ୍ରଷ୍ଟ ବୋର୍ଡ଼ ଆକଳନ କରିଛି । ଏହି ପବିତ୍ର ଚଡ଼କ ପର୍ବ ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ,ଆସାମ, ବିହାର, ଉତ୍ତରପ୍ରଦେଶ ରାଜ୍ୟରୁ ଲକ୍ଷାଧିକ ଭକ୍ତ ନିର୍ଜଳା ଉପବାସ ରହି ଉପବୀତ ଧାରଣ କରନ୍ତି । ଭକ୍ତ ଙ୍କ ସମାଗମକୁ ଦେଖି ପ୍ରଶାସନ ୧୨ ପ୍ଲାଟୁନ ପୋଲିସ ମୁତୟନ କରିଛି ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁସୁମି ବ୍ଳକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ କଳିଙ୍ଗ ନେଟ ଓ୍ବାର୍କ ଫର୍ ପିପୁଲ୍ ୟୁଥ୍ ଏଚ୍ ଆଇ ସି ଏଡ୍ସ ସ୍ବେଛାସେବୀ ସଂଗଠନ ତରଫରୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ରିସର୍ଚ୍ଚ ଇନଫରମେସନ ସିଷ୍ଟମ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

masiha

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ  କଲିକତାରୁ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମରେ ଯୋଡ଼ିହେଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!