ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

ବାଲେଶ୍ଵର,୧୧/୪/୨୩ – ଭଗବାନ କେତେବେଳେ କାହାକୁ ବି ଦୁଃଖ ଦେଇଥାନ୍ତି ତାହା ସେ ହିଁ ଜାଣିଥାନ୍ତି । ଘଟଣା ଟି ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଲ୍ଲା ଗ୍ରାମର । ପ୍ରଭଞ୍ଜନ ପ୍ରମାଣିକ ବୟସ ୩୦, ତାଙ୍କର ଗୋଟିଏ ଝିଅ ୨ଟି ପୁଅ । ବାପା ଆଜକୁ ୪ବର୍ଷ ହେଲା ମୃତ୍ୟୁ ବରଣ କରିଥିବା ବେଳେ ୨ବର୍ଷ ପରେ ମା ମୃତ୍ୟୁ ବରଣ କରିଛନ୍ତି । ପରେ ପ୍ରଭଞ୍ଜନର ମୃତ୍ୟୁ ହୃଦଘାତରେ ହୋଇଥିଲା । ପିଲା ୩ଜଣ ଛୋଟ ଛୋଟ ହୋଇଥିବା ବେଳେ ପରିବାରର ରୋଜଗାର କରିବାକୁ କେହି ନାହିଁ କି ତାଙ୍କ କଥା ବୁଝିବା କୁ ବି କେହି ସେମିତି ନାହିଁ, ସ୍ତ୍ରୀ ବିଧବା ତାଙ୍କର ବି ସେତେ କିଛି ବୟସ ବେଶୀ ନୁହେଁ, ଜମି ବାଡ଼ି ବି ନାହିଁ, ଯେଉଁ ଜାଗାରେ ଘର କରିଛନ୍ତି ସେ ଜାଗାଟି ବି ସରକାରଙ୍କ ଜାଗା, ଛୋଟ ପିଲାମାନେ ପାଠ ପଢ଼ିବା ପାଇଁ ଓ ଚଳିବା ପାଇଁ ଅର୍ଥ ସାଜିଛି ବାଧକ । ଏମିତି ଦୁଃଖ ଭିତରେ କାଟୁଚି ଜୀବନ, ଜୀବନରେ ଦୁଃଖ କଷ୍ଟ ସହି ଆସୁଥିବା ମାଆଙ୍କ ଦୁଃଖ କହିଲେ ନ ସରେ । ଏମିତି ଦୁଃଖଦ ଖବର ଟି ସୁବର୍ଣ୍ଣରେଖା ସେବା ସଙ୍ଘ ପାଖରେ ଖବର ପହଞ୍ଚିଥିଲା । ସଂଘର ସଭାପତି -ଉମେଶ ପାତ୍ର, ଉପ ସଭାପତି -ଶ୍ରୀକାନ୍ତ ରଣା, ସମ୍ପାଦକ -ମନୋରଞ୍ଜନ ଗିରି, ସହ ସମ୍ପାଦକ -ପ୍ରଶାନ୍ତ ଦାସ, ଉପଦେଷ୍ଟା -କନକ ଲତା ଗିରି ଓ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ନିଜ ପ୍ରଚେଷ୍ଟାରେ କିଛି ସଉଦା ସାମଗ୍ରୀ ଓ ଟଙ୍କା ସେହି ଅସହାୟ ଗରିବ ମା ଙ୍କୁ ପ୍ରଦାନ କଲେ । ତାଙ୍କର ଏହି ଛୁଟିଆ ସାହାଯ୍ୟ ଆଉ କିଛିଦିନ ପାଇଁ ପରିବାରକୁ ଶାନ୍ତନା ଦେବ ।।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୃଷି ବିଭାଗ ଦ୍ଵାରା ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ ,ଅଣ ସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରି କଲେ ଲାଇସେନ୍ସ ରଦ୍ଧ 

masiha

ସୋଗରପଶି ଗ୍ରାମରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୪୨ ମେଣ୍ଡା ମୃତ ଘଟଣା ପରେ ଗ୍ରାମରେ ଜନସାଧାରଣ ଆନ୍ତଙ୍କିତ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷକ କଲେ ତଦନ୍ତ

Sunil Chandra Nayak

୬ଷ୍ଠ କ୍ଷୁଦ୍ର ଜଳ ଗଣନାରେ ଓଡାପଡା ବ୍ଲକର ସଫଳ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!