ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ସମାପନ ଉତ୍ସଵ

ତେନ୍ତୁଳିଖୁଣ୍ଟି ୧୫/୦୩/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଶିକ୍ଷଣ ଶିବିର ର ସମାପନ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ତିନି ମାର୍ଚ୍ଚ ରୁ ଚଉଦ ଏପ୍ରିଲ ପର୍ଯ୍ୟନ୍ତ ଛଅ ଗୋଟି ପର୍ଯ୍ୟାୟରେ ୩୨୬ଜଣ ତାଲିମ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ପ୍ରମାଣ ପତ୍ର ପ୍ର ଦାନ କରାଯାଇଥିଲା । ଆଠ ଜଣ ତାଲିମ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଡାଏଟ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମେହେର ଯୋଗ ଦେଇ ତାଲିମ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୋମିକ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ ,ରମେଶ ଟାକ୍ରୀ ,ଗୋରଚା ନ୍ଦ ତ୍ରିପାଠୀ ତଥା ବାପୁଜି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମର ସିଂ ନାୟକ ,ଆନ ନ ଭତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ କରାଇଥିଲେ। ଏହି ଚାଳିଶ ଦିନିଆ ତାଲିମ କାର୍ଯ୍ୟକ୍ରମ ରେ ରିସୋର୍ସ ପର୍ଶନ ଭାବେ ସଂଜୀବ ସାହୁ, ମୃତ୍ୟୁଞ୍ଜୟ ମିଶ୍ର ,ଶ୍ୟାମ ହରିଜନ , କେ ଗୋଲା ରାଜୁ ,ଈଶ୍ୱର ନାୟକ ,ଦିବାକର ମାଝୀ ପ୍ରମୁଖ ଯୋଗଦେଇ ତାଲିମ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

Sunil Chandra Nayak

ଗୌସ-ଉଲ-ୱାରା ସମ୍ମିଳନୀରେ ଭାରତ ସମେତ ବିଦେଶର ପ୍ରସିଦ୍ଧ ବିଦ୍ୱାନମାନଙ୍କ ଅଂଶଗ୍ରହଣ ଲଣ୍ଡନରୁ ଆସୁଛନ୍ତି ହାସିମ ଅବଦୁଲ କାଦିର ମନସୁର ଜିଲାନି

Sunil Chandra Nayak

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

Leave a Comment

error: Content is protected !!