ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ସମାପନ ଉତ୍ସଵ

ତେନ୍ତୁଳିଖୁଣ୍ଟି ୧୫/୦୩/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଶିକ୍ଷଣ ଶିବିର ର ସମାପନ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ତିନି ମାର୍ଚ୍ଚ ରୁ ଚଉଦ ଏପ୍ରିଲ ପର୍ଯ୍ୟନ୍ତ ଛଅ ଗୋଟି ପର୍ଯ୍ୟାୟରେ ୩୨୬ଜଣ ତାଲିମ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ପ୍ରମାଣ ପତ୍ର ପ୍ର ଦାନ କରାଯାଇଥିଲା । ଆଠ ଜଣ ତାଲିମ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଡାଏଟ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମେହେର ଯୋଗ ଦେଇ ତାଲିମ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୋମିକ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଘ ,ରମେଶ ଟାକ୍ରୀ ,ଗୋରଚା ନ୍ଦ ତ୍ରିପାଠୀ ତଥା ବାପୁଜି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମର ସିଂ ନାୟକ ,ଆନ ନ ଭତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ କରାଇଥିଲେ। ଏହି ଚାଳିଶ ଦିନିଆ ତାଲିମ କାର୍ଯ୍ୟକ୍ରମ ରେ ରିସୋର୍ସ ପର୍ଶନ ଭାବେ ସଂଜୀବ ସାହୁ, ମୃତ୍ୟୁଞ୍ଜୟ ମିଶ୍ର ,ଶ୍ୟାମ ହରିଜନ , କେ ଗୋଲା ରାଜୁ ,ଈଶ୍ୱର ନାୟକ ,ଦିବାକର ମାଝୀ ପ୍ରମୁଖ ଯୋଗଦେଇ ତାଲିମ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

masiha

ବାସନ୍ତୀ ପାଠାଗାରର ଏକ ସ୍ବତନ୍ତ୍ର ଆଲୋଚନାଚକ୍ର 

masiha

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!