ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଗର ସାହିତ୍ୟ ସଂସଦ ପକ୍ଷରୁ ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚିତ

 ଢେ଼ଙ୍କାନାଳ(ମ ସୀ ହା)୧୪/୦୪_ଇନ୍ଦିପୁର ଯାତ୍ରା ପଡିଆ ନିକଟସ୍ଥ ଶନିମଣ୍ଡପ ଠାରେ “ସାଗର ସାହିତ୍ୟ ସଂସଦ” ପକ୍ଷରୁ ଓଡିଆ ନବବର୍ଷ ପାଳିତ ହୋଇ ଯାଇଛି l ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ ନାୟକଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ରାଉତ୍, ସରପଂଚ ଲଳିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ସହ ସମ୍ପାଦକ ଶ୍ରୀଯୁକ୍ତ କମାକ୍ଷl ପ୍ରସାଦ ବେହେରା ଓଡ଼ିଆ ନବବର୍ଷ ର ସୂଚନା ଦେଲା ପରେ ସମ୍ପାଦକ ତ୍ରିଲୋଚନ ମହାରଣା ଅତିଥି ମାନଂକ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟଆରମ୍ଭ କରି ଥିଲେ l ଏହି ଉତ୍ସବରେ ସଂସଦର ନବ ବର୍ଷ ବିଶେଷାଙ୍କ “ମଧୁବିକାଶ” ଉନ୍ମୋଚିତ ହେବା ସହ କବୟିତ୍ରୀ ଦିପାଳି ଦ୍ଵିପାନ୍ଵିତା ସିଂହଙ୍କ ପ୍ରଥମ କବିତା “ନୀଳ ଲହରୀ ମାଳା “ପୁସ୍ତକ ଉନ୍ମୋଚିତ ହୋଇଥିଲା l

ଏହା ପରେ ମଧୁବିକାଶରେ ଲେଖିଥିବା ଶ୍ରେଷ୍ଠ କବିତା ପାଇଁ କବି ପ୍ରଶାନ୍ତ କୁମାର ସାହୁ ଓ କବୀ ଦିପାଲି ଦ୍ୱିପାନ୍ଵିତା ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମଧୁବିକାଶ ପ୍ରକାଶନ କ୍ଷେତ୍ରରେ ବିଶେଷ ସହଯୋଗ କରିଥିବା କବି ସାଲେପୁରର ସମରେନ୍ଦ୍ର ରଣା, ରଞ୍ଜିତ ମହାପାତ୍ର , ନିଶିଥ ନିଶାଙ୍କ ଭୂୟାଁ ଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା l କବିମାନେ ସ୍ୱରଚିତ କବିତା ପାଠ କରି ଝାମୁଯାତ୍ରାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ କିଣି ନେଇଥିଲେ l ସଂସଦ ପକ୍ଷରୁ ପଣାଦାନ କରଯାଇଥିଲା l କବି ଧନେଶ୍ଵର ସେନାପତି ଓ ଉପସଭାପତି ହେମନ୍ତ କୁମାର ନାୟକଙ୍କ ଦୃଢ଼ ମନୋବଳ ଯୋଗୁଁ ଉକ୍ତ କାର୍ଯକ୍ରମଟି ଶାନ୍ତି ଶୃଙ୍ଖଳା ସହ ସଫଳ ହୋଇଥିଲା l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାୟଗଡ଼ାର ଆଦିବାସୀ ଆମ୍ବ ଚାଷୀ ଦୁଃସ୍ଥିତିରେ: କେନ୍ଦ୍ର ସମସ୍ୟା ମାନିଲେ, କିନ୍ତୁ ସ୍ପଷ୍ଟ ସମାଧାନ ନାହିଁ

Sunil Chandra Nayak

ନୂଆପଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ  

Sunil Chandra Nayak

ମାରଓ୍ବାଡି ଯୁବା ମଞ୍ଚର ନୂତନ କର୍ମକର୍ତ୍ତା ଚୟନ  ସଭାପତି: ଶ୍ରୀ ଶୈଳେଶ କୁମାର ଓ ସମ୍ପାଦକ: ମୁକେଶ କୁମାର ଅଗ୍ରୱାଲ

masiha

Leave a Comment

error: Content is protected !!