ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୁ ଭାଇ ମାନଙ୍କ ତରଫରୁ ମୁସଲିମ ମାନଙ୍କୁ ଇଫତିଆର ପାର୍ଟିର ଆୟୋଜନ

ନବରଙ୍ଗପୁର—(ମସିହା) ପାପଡାହାଣ୍ଡି ମସଜିଦ ଠାରେ ଆଜି ହିନ୍ଦୁ ଭାଇ ମାନଙ୍କ ତରଫରୁ ମୁସଲିମ ଭାଇ ମାନଙ୍କୁ ଇଫତିଆର ପାର୍ଟିର ଆୟୋଜନ କରାଯାଇ ଭାଇ ଚାରାର ସନ୍ଦେଶ ଦେଇଥିଲେ | ପବିତ୍ର ରମଜାନ ମାସ ଯୋଗୁଁ ମୁସଲମାନ ମାନଙ୍କ ଦିନ ତମାମ ଉପବାସ ଚାଲିଛି | ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଓପବାସ ଭାଙ୍ଗି ଥାନ୍ତି | ଏହି ଅବସରରେ ସ୍ଥାନୀୟ ହିନ୍ଦୁ ସମାଜ ତରଫରୁ ମସଜିଦରେ ଉପସ୍ଥିତ ରହି ଇଫତିଆର ପାର୍ଟିରେ ଯୋଗଦେଇ ଥିଲେ | ସମସ୍ତେ ମିଳି ମିସି ଖାଦ୍ୟ ଗ୍ରହଣ କରିଥିଲେ | ହିନ୍ଦୁ ସମାଜ ତରଫରୁ ତ୍ରିନାଥ ଅମନାତ୍ୟ ଓ ରାଜ କିଶୋର ରାଓ ଯୋଗ ଦେଇ ଭାଇ ଚାରାର ବାର୍ତା ଦେଇଥିଲେ | ପପୁ ଖାନ, ଅବଦୁଲ ଜଳିଲ ଖାନ, ଅଜିଜ ଖାନ, ଏମଡି ଗୁଫରାନ, ଅର୍ବାଜ, ଅଜଗର, ଅବଦୁଲ ସାକୁର ଖାନ ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ଭାଇ ମାନଙ୍କୁ ଧନ୍ୟବାଦ ଦେଇଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

masiha

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ 

masiha

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

masiha

Leave a Comment

error: Content is protected !!