ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଣପୁରରେ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକ ପାଳିତ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକ ପାଳିତ ପାଳିତ ହୋଇଯାଇଛି। ଆଜି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତା ରେ ପଲଟଣ ପଡ଼ିଆ ସ୍ତିତ ସହିଦ କୃତିବାସ ଭବନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣେଇବା ସହିତ ଏକ ସମୃଦ୍ଧ ଶଶକ୍ତ ସ୍ଵାଭିମାନୀ “ନବୀନ ଓଡ଼ିଶା” ଗଢିବାର ସଂକଳ୍ପ ନେଇଥିଲେ ଅଧ୍ୟକ୍ଷ ମିଟୁ ନାୟକ। ଆଜିର କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ପ୍ରାଚୀ ପ୍ରଭା ସ୍ୱାଇଁ ସମସ୍ତ ଦଳୀୟ କାଉନସିଲ ରାସଲତା ଜେନା,ଅଭିମନ୍ୟୁ ସ୍ୱାଇଁ,ରଞ୍ଜନା ପ୍ରଧାନ,ଦୀପକ ପ୍ରଧାନ, ଅଞ୍ଜଳି ପ୍ରଭା ତ୍ରିପାଠୀ ଙ୍କ ସମେତ ବାଣପୁର ଅଞ୍ଚଳର ବିଜୁ ଜନତା ଦଳର ସଭାପତି ଉମାକାନ୍ତ ଲାଠି ଓ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ବିଭିନ୍ନ ଦାବି ନେଇ କଂଗ୍ରେସର ପ୍ରତିବାଦ

Sunil Chandra Nayak

ଧର୍ମଗଡ ରେ ଭାଜପା ର ବିଜୟ ଉତ୍ସବ ପାଳନ

ରାଜ୍ୟ ସରକାରଙ୍କ ପାପର ହାଣ୍ଡିଫାଟିବ, ଚବିଶ ନିର୍ବାଚନରେ ଧୂଳିସାତ ହେବ ବିଜେଡ଼ି: ଗୌରୀ ଶଙ୍କର

masiha

Leave a Comment

error: Content is protected !!