ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା/ ନିଖିଳ ଓଡିଶା କୈବର୍ତ୍ତ ମହାସଭା ଯୋବ୍ରା, କଟକ ଆନୁକୂଲ୍ୟରେ ମହାସଭା ସମାଜର ମହାନାୟକ ଆକୁଳାନନ୍ଦ ବେହେରାଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ରାଷ୍ଟ୍ର ତଥା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ବର ବେହେରା ପ୍ରମୁଖ ଯୋଗଦେଇ ଆକୁଳାନନ୍ଦଙ୍କ ଜୀବନାଦର୍ଶ, ତ୍ୟାଗ, ତପସ୍ୟା ଓ କୈବର୍ତ୍ତ ସମାଜ ପ୍ରତି ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସ୍ବର୍ଗତ ବେହେରାଙ୍କ ମାର୍ଗ ଅନୁସରଣ କରି ଜାତି ଭିତରେ କିପରି ଐକ୍ୟବଦ୍ଧତା, ଅଭିନ୍ନତା ଓ ଉନ୍ନତି ହୋଇପାରିବ ସେ ସଂପର୍କରେ ମତ ରଖିଥିଲେ । ଏହି ସଭାରେ ସଭାପତିତ୍ବ କରି ମହାସଭା ର ସଭାପତି ପ୍ରଫେସର ଡଃ ଦେବେନ୍ଦ୍ରନାଥ ବେହେରା ସ୍ବର୍ଗତ ଆକୁଳାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ଜାତିର ସ୍ବାର୍ଥକୁ ବଜାୟ ରଖି ଜାତିକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । ସାଧାରଣ ସଂପାଦକ ରାମଚନ୍ଦ୍ର ବେହେରା ମହାସଭାର ସଂଘର୍ଷମୟ ଇତିହାସ ସଂପର୍କରେ ଓ କୋଣ ଅନୁକୋଣରୁ ଆସିଥିବା ପ୍ରତିନିଧିଙ୍କ ଜାତି ପାଇଁ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ନାରାୟଣ ବେହେରା, ପଦ୍ମଚରଣ ବେହେରା,ସୁରେଶ ଚନ୍ଦ୍ର ବେହେରା,ଅଶୋକ କୁମାର ଦଳେଇ, ପ୍ରଦୀପ ବେହେରା ପ୍ରମୁଖ ଆକୁଳାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ବତନ୍ତ୍ର ସଚିବ ସୁମନ ବେହେରା, ପ୍ରାକ୍ତନ ଅତିରିକ୍ତ ବନ ସଂରକ୍ଷକ ପାଣ୍ଡବ ବେହେରା, ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ପରିଡା ତଥା କଟକ ଓ ଗଞ୍ଜାମ ଅଂଚଳର ପ୍ରତିନିଧିଙ୍କ ସହ ଜାତି ପାଇଁ ସମର୍ପିତ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୌମ୍ଯରଂଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ତୀରନ୍ଦାଜ ଙ୍କ କମାଲ 

Sunil Chandra Nayak

ରାଇରଙ୍ଗପୁର ଠାରେ ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ

Sunil Chandra Nayak

୧- ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା , ୨- ବନ୍ଧୁଗାଁ ବ୍ଲକରେ ସହିଦ ଲକ୍ଷ୍ମଣ ନାୟକ ଫାଶୀ ଦିବସ ପାଳିତ  , ୩- ଗନ୍ଧିଆ ମଇଳା ଆବର୍ଜନା କୁଡା କୁଡା ହୋଇ ଜମି ରହିଛି ଥାନା ସାମନ୍ନାରେ 

masiha

Leave a Comment

error: Content is protected !!