ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

ବିଶ୍ୱନାଥପୁର, ତାରିଖ,-18/04/23-,୨୦୧୦ ମସିହାରେ କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ହେବା ପାଇଁ ତତକାଳୀନ ସରକାର ଜମି ଅଧିଗ୍ରହଣ କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ,,କିନ୍ତୁ କୌଣସି କାରଣ ବଶତ ଆଜି ପର୍ଯ୍ୟନ୍ତ ସେହି ବିଶ୍ୱବିଦ୍ୟାଳୟ କେବଳ ଆଶା ଓ କାଗଜ କଲମରେ ରହିଗଲା,ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ମୟୁରଭଞ୍ଜ କୁ ସ୍ଥାନାନ୍ତର ହେବ ବୋଲି, ଏଣୁ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବିଚାରକ ସଂଗଠନ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଓ କଳାହାଣ୍ଡି ଆଦିବାସୀ ସମାଜ ମିଳିତରେ ଆଜି କଳାହାଣ୍ଡି ଜିଲ୍ଲାପାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କୁ ଅଭିଯୋଗ ପତ୍ର ଦିଆଯାଇଛି,ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ସଭାପତି ଧନଞ୍ଜୟ ଦୀପ୍, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର,ଆଦିବାସୀ ସମାଜ ଭବାନୀପାଟଣା ସଦର ସଭାପତି ଅଖିଳ ମାଝି, ଉପସଭାପତି କ୍ଷମାକର ମାଝି, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପଦେଷ୍ଟା ବିଜୟ ରାଜ ଶିକ୍ଷା, ଉପସଭାପତି ସୂର୍ଯ୍ୟନାରାୟଣ କୁମାର, ଅଭିଜିତ କର,ଉପସ୍ଥିତ ରହି ସ୍ମାରକ ପତ୍ର ପ୍ରଦାନ କରିଥିଲେ,ସରକାର ଜଦୀ ଏହି ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ ନକରି ମୟୁରଭଞ୍ଜ ଠାରେ କରନ୍ତି ତାହେଲେ ଆଗକୁ ଏକ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଦୁଇ ସଂଗଠନ ପ୍ରକାଶ କରିଛନ୍ତି।

ସନ୍ତୋଷ କୁମାର ତୁଳ , ବିଶ୍ୱନାଥପୁର

Related posts

ଧର୍ମଗଡ ର ସାମଗ୍ରିକ ବିକାଶ ପାଇଁ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ ଭେଟିଲେ ସାମ୍ବାଦିକ

ମେଲେରିଆ ଜ୍ଵର ରେ ଝୁମୁକା ୱାର୍ଡ ମେମ୍ବରଙ୍କ ମୃତ୍ୟୁ 

masiha

ଦିଲ୍ଲୀ, ଜନ୍ତର-ମନ୍ତରର ଛାତ୍ର- ଯୁବ ଆନ୍ଦୋଳନର ଐତିହାସିକ ବିଜୟ ଉପଲକ୍ଷେ ଶପଥ ଯାତ୍ରା

Sunil Chandra Nayak

Leave a Comment

error: Content is protected !!