ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ

ଚନ୍ଦାହାଣ୍ଡି -(ମ ନି ସ )ଗତ 12 ଏବଂ 14 ଏପ୍ରିଲ ରେ ସମ୍ବଲପୁର ଠାରେ ହନୁମାନ ଜନ୍ମଉତ୍ସବ ଶାନ୍ତି ପୂର୍ଣ୍ଣ ଭାବେ ଶୋଭାଯାତ୍ରା ଚାଲିଥିଲା ବେଳେ କିଛି ଅସାମାଜିକ ବ୍ୟକ୍ତି ମାନେ ପଥର ଫିଙ୍ଗି ଧାରୁଆ ଅସ୍ତ୍ର ଧରି ହିନ୍ଦୁ ମାନଙ୍କ ଶୋଭା ଯାତ୍ରା ରେ ଆକ୍ରମଣ କରି ଅନେକ ହିନ୍ଦୁ ମାନଙ୍କ ଧନ ଜୀବନ ନଷ୍ଟ କରି ଶତାଧିକ ଯାନବାହାନ ପୋଡି ଦେଲେ l 

ଏପରି ଅମାନୁଷିକ ହିଂସା କାଣ୍ଡ ର ପ୍ରତିବାଦ ରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ 12 ଘଣ୍ଟିଆ ବନ୍ଦ ପାଳନ ପାନାବେଡ଼ା ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଚନ୍ଦାହାଣ୍ଡି ତରଫରୁ ଶାନ୍ତି ପୁର୍ଣ ବନ୍ଦ ପାଳନ କରାଯାଇଥିଲା | ଏଥିରେବିଶ୍ୱହିନ୍ଦୁ ପରିଷଦ ର ସୁରଜ ଅଗସ୍ତି, ରାଧା ରମଣ ପାଢ଼ୀ,ଶ୍ରୀମନ୍ତ ରଥ, ଲିଙ୍ଗରାଜ ଚୌହାନ, ଚନ୍ଦନ ସାହୁ, ହର୍ଷିତ ସାହୁ, ଚନ୍ଦନ ଜଗତ, ଆକାଶ ଜଗତ, ଟିକେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚନ୍ଦାହାଣ୍ଡି ଥାନା ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ସୃଙ୍ଖଳା ରକ୍ଷା କରିଥିଲେ l

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

Sunil Chandra Nayak

ଫରଙ୍ଗ ରୁ କନ୍ଦେନଜୋର ରାସ୍ତା ନିର୍ମାଣ କାମ ଠିକାଦାର ଙ୍କ ମର୍ଜିରେ 

Sunil Chandra Nayak

ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ସଂପନ୍ନ

Sunil Chandra Nayak

Leave a Comment

error: Content is protected !!