ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗାଲୋରରେ ସିକ୍ଯୁରିଟି ଗାର୍ଡ ରୂପେ ନିୟୋଜିତ ରାଇରଙ୍ଗପୁର ଅଂଚଳର ଯୁବକର ସ୍ବାସ୍ଥ୍ୟ ଜନିତ ମୃତ୍ୟୁ           

 ମୟୂରଭଞ୍ଜ -୧୯/୪ (ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢୀ ଗ୍ରାମ ତଳସାହିର ଶୁଶାନ୍ତ ମହାକୁଡ଼(୨୪) ୨୦୨୦ ରେ ବାଙ୍ଗାଲୋର ଯାଇଥିଲେ । ୨୦୧୧ ମସିହାରେ ବାପାଙ୍କର ମୃତ୍ୟୁ ହୋଇଥିଲା । ଘରେ ଏକମାତ୍ର ମା’ ମୁହଁରେ ଦାନା ଗଣ୍ଡେ ଯୋଗାଇବା ଏବଂ ଘରର ଅଭାବୀ ପୂରଣ ପାଇଁ ୨୦୨୦ ରେ ଦାଦନ ଖଟିବାକୁ ବାଙ୍ଗାଲୋର‌ ଯାଇଥିଲେ ।

  ସେଠାରେ ବାଙ୍ଗାଲୋରର Force 18 ସିକ୍ୟୁରିଟି ଗାର୍ଡ ଏଜେନ୍ସି ଘରୋଇ କମ୍ପାନୀରେ ସିକ୍ଯୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।|୨୦୨୦ ରୁ ସେ ଘରକୁ ଫେରି ନଥିଲେ।ଗତ ଏପ୍ରିଲ ୧୬ ତାରିଖରେ ଘରକୁ ଆସିବା ପାଇଁ ଟିକେଟ କାଟିଥିଲେ । ସେଥିପାଇଁ ମା ଓ ଘର ପାଇଁ କିଛି ଆସାବାବପତ୍ର କିଣାକିଣି କରିଥିଲେ । ହଠାତ୍ ଆସିବା ପୂର୍ବରୁ ଛାତି ଓ ପେଟ ଯନ୍ତ୍ରଣା ହୋଇଥିଲ ।ସଙ୍ଗେ ସ୍ଥାନୀୟ ଘରୋଇ ଡାକ୍ତରଖାନାରେ‌ ଭର୍ତ୍ତି କରାଯାଇଥିଲା ‌। ଡାକ୍ତର ସେଠାରେ ଶୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଯୋଗେ କରଂଜିଆ ଅଂଚଳର ଶୁଶାନ୍ତର ସହଯୋଗୀ ସଚିନ ପାତ୍ରଙ୍କ ସହ ମୃତ ଶୁଶାନ୍ତ ମୃତଦେହକୁ ରାଇରଙ୍ଗପୁର ପଠାଇଥିଲେ ।ଆଜି ଶୁଶାନ୍ତର ମୃତଦେହ ରାଇରଙ୍ଗପୁରରେ ପହଞ୍ଚିଥିଲା । ଶୁଶାନ୍ତର ମୃତଦେହକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଉଠିଥିଲା । ଶୁଶାନ୍ତର ବୃଦ୍ଧା ମାତା ପୁଅର ମୃତ ଖବର ପାଇ ଘନ ଘନ ଚେତା ବୁଡ଼ି ଯାଇଥିଲା ।

ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ , ରାଇରଙ୍ଗପୁର ଟାଉନଥାନା ଅଧିକାରୀ ସ୍ବର୍ଣଲତା ମିଂଜ ଓ ଗ୍ରାମବାସୀ ଉପସ୍ଥିତ ରହି ଶୁଶାନ୍ତର ଶେଷକୃତ୍ୟ ସଂପନ୍ନ କରିବାରେ ସହଯୋଗ ଓ ସହାୟତା କରିଥିଲେ ।ଏବେ କଥା ରହିଲା ମୃତ ଶୁଶାନ୍ତର ମାତା କଥା ବୁଝିବ କିଏ?

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

Sunil Chandra Nayak

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

Leave a Comment

error: Content is protected !!