ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗାଲୋରରେ ସିକ୍ଯୁରିଟି ଗାର୍ଡ ରୂପେ ନିୟୋଜିତ ରାଇରଙ୍ଗପୁର ଅଂଚଳର ଯୁବକର ସ୍ବାସ୍ଥ୍ୟ ଜନିତ ମୃତ୍ୟୁ           

 ମୟୂରଭଞ୍ଜ -୧୯/୪ (ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢୀ ଗ୍ରାମ ତଳସାହିର ଶୁଶାନ୍ତ ମହାକୁଡ଼(୨୪) ୨୦୨୦ ରେ ବାଙ୍ଗାଲୋର ଯାଇଥିଲେ । ୨୦୧୧ ମସିହାରେ ବାପାଙ୍କର ମୃତ୍ୟୁ ହୋଇଥିଲା । ଘରେ ଏକମାତ୍ର ମା’ ମୁହଁରେ ଦାନା ଗଣ୍ଡେ ଯୋଗାଇବା ଏବଂ ଘରର ଅଭାବୀ ପୂରଣ ପାଇଁ ୨୦୨୦ ରେ ଦାଦନ ଖଟିବାକୁ ବାଙ୍ଗାଲୋର‌ ଯାଇଥିଲେ ।

  ସେଠାରେ ବାଙ୍ଗାଲୋରର Force 18 ସିକ୍ୟୁରିଟି ଗାର୍ଡ ଏଜେନ୍ସି ଘରୋଇ କମ୍ପାନୀରେ ସିକ୍ଯୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।|୨୦୨୦ ରୁ ସେ ଘରକୁ ଫେରି ନଥିଲେ।ଗତ ଏପ୍ରିଲ ୧୬ ତାରିଖରେ ଘରକୁ ଆସିବା ପାଇଁ ଟିକେଟ କାଟିଥିଲେ । ସେଥିପାଇଁ ମା ଓ ଘର ପାଇଁ କିଛି ଆସାବାବପତ୍ର କିଣାକିଣି କରିଥିଲେ । ହଠାତ୍ ଆସିବା ପୂର୍ବରୁ ଛାତି ଓ ପେଟ ଯନ୍ତ୍ରଣା ହୋଇଥିଲ ।ସଙ୍ଗେ ସ୍ଥାନୀୟ ଘରୋଇ ଡାକ୍ତରଖାନାରେ‌ ଭର୍ତ୍ତି କରାଯାଇଥିଲା ‌। ଡାକ୍ତର ସେଠାରେ ଶୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଯୋଗେ କରଂଜିଆ ଅଂଚଳର ଶୁଶାନ୍ତର ସହଯୋଗୀ ସଚିନ ପାତ୍ରଙ୍କ ସହ ମୃତ ଶୁଶାନ୍ତ ମୃତଦେହକୁ ରାଇରଙ୍ଗପୁର ପଠାଇଥିଲେ ।ଆଜି ଶୁଶାନ୍ତର ମୃତଦେହ ରାଇରଙ୍ଗପୁରରେ ପହଞ୍ଚିଥିଲା । ଶୁଶାନ୍ତର ମୃତଦେହକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଉଠିଥିଲା । ଶୁଶାନ୍ତର ବୃଦ୍ଧା ମାତା ପୁଅର ମୃତ ଖବର ପାଇ ଘନ ଘନ ଚେତା ବୁଡ଼ି ଯାଇଥିଲା ।

ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ , ରାଇରଙ୍ଗପୁର ଟାଉନଥାନା ଅଧିକାରୀ ସ୍ବର୍ଣଲତା ମିଂଜ ଓ ଗ୍ରାମବାସୀ ଉପସ୍ଥିତ ରହି ଶୁଶାନ୍ତର ଶେଷକୃତ୍ୟ ସଂପନ୍ନ କରିବାରେ ସହଯୋଗ ଓ ସହାୟତା କରିଥିଲେ ।ଏବେ କଥା ରହିଲା ମୃତ ଶୁଶାନ୍ତର ମାତା କଥା ବୁଝିବ କିଏ?

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସି ଏଲ ଏଫ ଫର ରେ ଇସି ମେମ୍ବର ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ଦାବିରେ ପଞ୍ଚାୟତ ଅଫିସ ରେ ବୈଠକ

୧- ମନୋରମ ସୁଗନ୍ଧରେ ମୋହିତ କଲାଣି ସୁନ୍ଦର କାଶତଣ୍ଡୀ , ୨- ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ ବଢୁଛି,ଢେଙ୍କାନାଳରେ ମାତିଛନ୍ତି ଖଣି ମାଫିଆ , ୩-ବିନା ଫଳକରେ ଗୃହ ନିର୍ମାଣ କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ , ୪- ପ୍ରସିଦ୍ଧ ଗଣେଶ ପୂଜା ଶାନ୍ତି କମିଟି ବୈଠକ  ୨୧ ଟି ମଣ୍ଡପରେ ପୂଜା ପାଇବେ ଗଜାନନ ୨୫ ରେ ମିଳିତ ଭସାଣି , ୫- ନୂଆ ରାସ୍ତା ଚାରି ମାସ ଗଲାନି ଏବଂ କଲେଜ ବାଇପାସ ରାସ୍ତା ଉପରେ ନଦୀ, ପୂର୍ତ୍ତ ବିଭାଗ ଓ ପୌର ପରିଷଦ କୁମ୍ଭକର୍ଣ୍ଣ ନିଦ୍ରାରେ, ରାସ୍ତା ଉପରେ ଧାନ ଗଛ ରୋଇ ଆପ୍ ର ଅଭିନଵ ପ୍ରତିବାଦ , ୬- ଜୋଇଁ କୁ ହାଣିଲା ଶଶୁର , ୭- ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟକ୍ଷ ମହେଶ ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା  , ୮-ସାଧାରଣରେ ପ୍ରଶ୍ନ ? ଭାପୁର ଛଦେଶ ଅଞ୍ଚଳରେ ବଢ଼ି ଚାଲିଛନ୍ତି ମଦ ମାଫିଆ: , ୯- କାମାକ୍ଷାନଗର ସହରରେ ଖାଦ୍ୟ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର 

Sunil Chandra Nayak

ତେରେସିଂହା ବିରାଟ ପର୍ବ: ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!