ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

କାମାକ୍ଷାନଗର (ମିନିସ )18/4/23 //କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମ ପଞ୍ଚାୟତ ପ୍ରସିଦ୍ଧ ଠାକୁରାଣୀ ମା ଚର୍ଚ୍ଚିକା ଓ ତାଙ୍କର ପଣା ଯାତ୍ରା ର ମହିମା କହିଲେ ନ ସରେ, ଲୋକମାନେ ଧାଇଁ ଆସନ୍ତି କଣ୍ଟାପାଳ ଗ୍ରାମ ପଞ୍ଚାୟତ କୁ ମା ଚର୍ଚ୍ଚିକା ଠାକୁରାଣୀ ଙ୍କ ଆଶୀର୍ବାଦ ପାଇବା ପାଇଁ ଓ ପଣା ସଂକ୍ରାନ୍ତି ଯାତ୍ରାକୁ ଉପଭୋଗ କରିବା ପାଇଁ ଓ ମା ଚର୍ଚ୍ଚିକା ଠାକୁରାଣୀଙ୍କ କୃପା ଭିକ୍ଷା କରିବା ପାଇଁ। ମା ଙ୍କ ମହିମା ଏଠି ବଡ ନିଆରା l କିମ୍ବଦନ୍ତୀ ଅନୁଯାଇ ଗୋଟିଏ ପାଗଳ ଏଠି ମା ଅଛନ୍ତି ନା ନାହିଁ ପରୀକ୍ଷା କରିଥିଲା ଓ ମା ଥିବାର ପ୍ରମାଣ ମଧ୍ୟ ପାଇଥିଲା l ଏହି ପଞ୍ଚାୟତଟି ପାହାଡ ପର୍ବତ ଘେରା ମଧ୍ୟରେ ରହିଥିବା ଏକ ଆଦିବାସୀ ବହୁଳ ପଞ୍ଚାୟତ ନିଖୁଣ ଆଦିବାସୀ ପରମ୍ପରାର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ। ଖୁସିର ବିଷୟ ଏହି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ସମସ୍ତ ଗ୍ରାମର ଲୋକମାନେ ମିଳିମିଶି ଏହି ଯାତ୍ରାକୁ ଆୟୋଜନ କରିଥାଆନ୍ତି ।ଏହି ଅଞ୍ଚଳରେ ପାଖରେ କୌଣସି ସହର ବଜାର ନଥିବାରୁ ପ୍ରାୟ ଚାଳିଶି ପଚାଶ ଗ୍ରାମର ଲୋକମାନେ ଏହି ଯାତ୍ରାରୁ ବର୍ଷକ ପାଇଁ ଜିନିଷ ପତ୍ର କିଣାକିଣି ପାଇଁ ନିର୍ଭର କରିଥାନ୍ତି। ଆଜକୁ ପ୍ରାୟ ଚାଳିଶି ବର୍ଷ ହେବ ଏହି ଯାତ୍ରା ପରମ୍ପରା ଚାଲିଆସିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ 

masiha

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

Sunil Chandra Nayak

ଦାସୀ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!