ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳରେ ବିଶ୍ଵ ଦାନ ଦିବସ ପାଳିତ

ଢେଙ୍କାନାଳ (ମ ସୀ ହା)୧୭/୦୪-ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗୀଭିଙ୍ଗ ଦିବସ ପାଳନ ଉପଲକ୍ଷେ ଓମଟିଭି ଆନୁକୁଲ୍ୟରେ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଦୁଦୁରକୋଟ ସ୍ଥିତ ଜନତା ରାଜ ହାଇସ୍କୁଲ ପରିସରରେ ଏକ ବିଶ୍ଵ ଦାନ ଦିବସ ପାଳନ ସମାରୋହରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର ଯୋଗଦେଇ ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ସମ୍ମାନିତ ବକ୍ତା ଭାବେ ସ୍କୁଲ୍ ଏସ୍ ଏମ୍ ଡି ସି ସଭ୍ଯ ଦିବାକର ପଟ୍ଟନାଯକ, ମୋ ସ୍କୁଲ୍ ଅଭିଯାନ ସଂଯୋଜକ ତୁଷାରକାନ୍ତ ମିଶ୍ର, ସମାଜ ସେବିକା ରିନା ବେହେରା ଦୁଦୁରକୋଟ ସରପଞ୍ଚ ମନୋଜ ବେହେରା, ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ ପ୍ରମୂଖ ଯୋଗଦାନ କରି ଦାନ ଦିବସ ପାଳନ ଓ ଏହାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍କୁଲ୍ ପ୍ରଧାନ ଶିକ୍ଷକ ହରିହର ନାଥ ଙ୍କ ସଭାପତିତ୍ବରେ ଓମ୍ ଟିଭି ପ୍ରତିନିଧି ତଥା ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ପ୍ରମୂଖ ସ୍ଵେଚ୍ଛାସେବୀ ସଂଗଠନ ରାସୋଳ ଜନ ମଙ୍ଗଳ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର ଓ ସେବକ ସେବିକା ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ୍, ପେନ୍, ସମାଜ ସେବିକା ପ୍ରତିମା ମିଶ୍ର ଙ୍କ ଦ୍ଵାରା ବିସ୍କୁଟ, ରିନା ବେହେରା ଙ୍କ ଦ୍ଵାରା ମିଷ୍ଟାନ୍ନ ବଣ୍ଟନ,ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ ଙ୍କ ଦ୍ଵାରା ପେନ୍ ବଣ୍ଟନ କରଯାଇଥିଲା। ସର୍ବଶେଷରେ ଆର୍ଟ ଅଫ୍ ଗୀଭିଙ୍ଗ ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ଜଣାଇ ସଂଯୋଜକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ସହଯୋଗ ପାଇଁ ଆନ୍ତରିକ ସାଧୁବାଦ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଓମଟିଭି ସମ୍ପାଦକ ବିଦ୍ୟାଧର ବାରିକ ଏହି ସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରି ଭରଚୁଆଲ ମଧ୍ୟମାରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇଥିଲେ | ସୂଚନାଥାଉକି ଏହି ସେବାକାର୍ଯ୍ୟକ୍ରମ ଏକ ମାସଧରି ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ ହେବ | ଶେଷରେ ଆସନ୍ତା ମାସ ୧୭ ତାରିଖରେ ଏହା ରାଜଧାନୀରେ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗୀଭିଙ୍ଗ ଦିବସ ପାଳନହୋଇ ଉଦଯାପାନ ହେବ | ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲ କଲେଜ ଓ କାର୍ଯ୍ୟାଳୟରେ ଆର୍ଟ ଅଫ୍ ଗୀଭିଙ୍ଗର ପ୍ରଚାର ପ୍ରସାର ପାଇଁ ମୋଟିଭେସନାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଆୟୋଜକ ସଭ୍ୟମାନେ ମତ ପ୍ରକାଶ କରିଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ତୁଲାପଡା ଠାରେ ବ୍ଲକ ସ୍ତରୀୟ କ୍ରୀଡlଙ୍ଗନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

ବଗେଇପୁରରେ କମ୍ବଳ ଓ କପଡ଼ା ବାଣ୍ଟିବ ” ମୋ ଅନୁଷ୍ଠାନ “

Sunil Chandra Nayak

ମୁଣ୍ଡରା ଗୁଡ଼ାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!