ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଯୋଗ। ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ମୟୂରଭଞ୍ଜ:- ୧୭/୦୪/୨୩ (ମସିହା); ସ୍କୁଲ ଛାତ୍ରୀ ମାନଙ୍କୁ ମାଡ ମାରିବା ସହିତ ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ଆଜି ବିଦ୍ୟାଳୟ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅସନା ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ। 

      ଅସନା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଲମା ହାଁସଦାଃ’ ଙ୍କ ବିରୋଧ ରେ ଅସନା ଗ୍ରାମ ର ବାସିନ୍ଦା, ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଓ ଏସଏମସି ମେମ୍ବର ମାନେ ଛାତ୍ରୀ ମାନଙ୍କୁ ମାଡ ମାରିବା ଓ ଅନିୟମିତତା ଅଭିଯୋଗ ଆଣି ଆଜି ବିଦ୍ୟାଳୟ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଅନ୍ୟତ୍ର ବଦଳି ଦାବି କରିଛନ୍ତି। ଗ୍ରାମବାସୀ ଙ୍କ ଅଭିଯୋଗ ଗୁଡିକ ମଧ୍ୟରୁ, ଶିକ୍ଷୟିତ୍ରୀ ଜଣକ ନିଜ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୮ ବର୍ଷ କାଳରୁ ସ୍କୁଲ ଓ ହଷ୍ଟଲ ଦାୟିତ୍ବରେ ରହି ଆସୁଥିବାରୁ ତାଙ୍କ ସ୍ବାମୀ ଙ୍କ ଦ୍ଵାରା ସ୍କୁଲ ଓ ହଷ୍ଟେଲ ପରିଚାଳିତ ହେଉଛି, ହଷ୍ଟେଲ ଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଛି ପ୍ରତିବାଦ କଲେ ଛାତ୍ରୀ ମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଛି ଏବଂ ସରକାରଙ୍କ ତରଫରୁ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅତ୍ୟାବଶ୍ୟକ ସାମଗ୍ରୀ ନ ଯୋଗେଇବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ସବୁ ସମସ୍ୟା ଗୁଡିକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କୁ କିଛି ଦିନ ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ। ତେବେ ଏପ୍ରିଲ ମାସ ଆଠ ତାରିଖ ଦିନ ବିଦ୍ୟାଳୟ ର ଚାରିଜଣ ଛାତ୍ରୀ ପୁଜା ମୁର୍ମୁ ସପ୍ତମ ଶ୍ରେଣୀ, ରଞ୍ଜିତା ସୋଏ ସପ୍ତମ ଶ୍ରେଣୀ, ସୁହାଳ ମାର୍ଣ୍ଡି ସପ୍ତମ ଶ୍ରେଣୀ ଏବଂ ଅମ୍ରିତା ମୁର୍ମୁ ସପ୍ତମ ଶ୍ରେଣୀ’ ଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ମାଧ୍ୟାନ୍ନ ଭୋଜନ ଛୁଟିରେ ହଷ୍ଟେଲ ଯାଇଥିବା ଅଭିଯୋଗରେ ବାଉଁଶ କାଠ ଫାଳିଆରେ ମାଡ଼ ମାରି ଲହୁ ଲୁହାଣ କରିଥିଲେ ଏବଂ ଏନେଇ ଅଭିଭାବକ ମାନଙ୍କୁ ନଜଣାଇବା ପାଇଁ ତାଗିଦ୍ କରିଥିଲେ। ତେବେ ହଷ୍ଟେଲର ଅନ୍ୟ ଛାତ୍ରୀ ମାନ’ଙ୍କୁ ଭେଟ କରିବାକୁ ଆସିଥିବା ଅବିଭାବକ ମାନଙ୍କ ଜରିଆରେ ପରିଜନଙ୍କୁ ଖବର ଦିଆଯିବା ପରେ ତାଙ୍କ ଚିକିତ୍ସା ବ୍ୟବସ୍ଥା ହୋଇଥିଲା । ସପ୍ତମ ଶ୍ରେଣୀର ଛାତ୍ରୀ ସୁହାଳ ମାର୍ଣ୍ଡି ଗୁରତର ଆହତ ଥିବାରୁ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଛାତ୍ରୀ ମାନଙ୍କୁ ମାଡ ମାରିଥିବା ଘଟଣାକୁ ନେଇ ଅଭିଭାବକ ମାନେ ଗତ ୧୧ ତାରିଖ ରେ ରାଇରଙ୍ଗପୁର ଏସଡିପିଓ ଙ୍କ ନିକଟରେ ଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ଜଣକ ନିର୍ଯ୍ୟାତନା ଦେଇଥିବାର ଲିଖିତ ଅଭିଯୋଗ କରିଥିଲେ। ତେବେ ସବୁ ଘଟଣାକୁ ନେଇ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରା ଯିବାରୁ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ୟାଳୟ ରେ ତାଲା ପକାଇ ଦେଇଛନ୍ତି। ଏନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଇ ନ୍ୟାୟ ପ୍ରଦାନ କରାଯିବା ଦାବିରେ ମାନବଧିକାର ସଂଗଠନ ହ୍ୟୁମ୍ୟାନ୍ ରାଇଟସ୍ ଫ୍ରଣ୍ଟ କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିବା ଜଣା ପଡିଛି। ସେପଟେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହିତ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସକବି ଫକୀରମୋହନ ତିରୋଧାନ ଦିବସ ଓ ରଜ ଉତ୍ସବ ପାଳନ

masiha

ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

Sunil Chandra Nayak

ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି

Sunil Chandra Nayak

Leave a Comment

error: Content is protected !!