ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ର ଜୟ ଭାରତ ସତ୍ଯାଗ୍ରହ

ଭବାନୀପାଟଣା:୨୦/୦୪ – (ମନିସ):- ଭାରତୀୟ ଜାତୀୟ କଂଗ୍ରେସ ଓ ଓଡିଶା ପ୍ରଦେଶ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ “ଜୟ ଭାରତ ସତ୍ଯାଗ୍ରହ” କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ଯକ୍ରମରେ କଂଗ୍ରେସ ର ପୂର୍ବତନ ମନ୍ତ୍ରୀ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ପର୍ଯ୍ଯବେକ୍ଷକ ଭାବେ ଯୋଗଦେଇ କେନ୍ଦ୍ର ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ, ମୋଦୀ ଓ ଆଦାନୀ ସମ୍ପର୍କରେ ଦରଦାମ ବୃଦ୍ଧି ଉପରେ ବର୍ଷିବା ଓ ଜେ,ପି,ସି ଗଠନ ଉପରେ ଗୁରୁତ୍ୱ କରିଥିଲେ।            ସେହିପରି ଜିଲ୍ଲା କଂଗ୍ରେସ କମିଟି ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ମହିଳା କଂଗ୍ରେସ ଓ ବ୍ଳକ କଂଗ୍ରେସ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କେନ୍ଦ୍ର ବିଜେପି ସରକାରଙ୍କ କାର୍ଯ୍ଯକଳାପ ଓ ଏକଛତ୍ରବାଦୀ ଶାସନ ବିଷୟରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ଯକ୍ରମ ରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଉପ ସଭାପତି ପରମାନନ୍ଦ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାକୁଡ, ଟାଉନ କାର୍ଯ୍ଯକାରୀ ସଭାପତି ସରୋଜ ବାଗ, ରାଜ୍ଯ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ଯ ଯୁବ କଂଗ୍ରେସ ଉପ ସଭାପତି ମହମ୍ମଦ ସାହେବ,ଜିଲ୍ଲା ସାଧାରଣ ସମ୍ପାଦକ ବ୍ରଜ ସାହୁ, ଆଦିବାସୀ ସେଲ ସଭାପତି ଶେଷଦେବ ମାଝୀ, ବରିଷ୍ଠ କଂଗ୍ରେସ ନେତା ଜୟ ଦେବ ନାଏକ, ଜ୍ଯୋତ୍ସା ବଗର୍ତ୍ତି ସମ୍ପାଦିକା ମହିଳା କଂଗ୍ରେସ, ମୋତି କୈବର୍ତ୍ତ, ରାଜ୍ଯ ଉପ ସଭାପତି ମହିଳା କଂଗ୍ରେସ, ମାନିକ ସୁନା ରାଜ୍ଯ ସମ୍ପାଦିକା ମହିଳା କଂଗ୍ରେସ, ମର୍ଜିନା ପ୍ରଧାନ ଜିଲ୍ଲା ମହିଳା କଂଗ୍ରେସ, ଅଙ୍କିତା ବାଗ ମହିଳା କଂଗ୍ରେସ ସଦସ୍ଯା,କଂଗ୍ରେସ ନେତା ରାଜେନ୍ଦ୍ର ନାଏକ,ରଜନୀ ପୋଡ, ସଇଁତଲା ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ପାଢ଼ୀ,ବ୍ଳକ କଂଗ୍ରେସ ସଭାପତି ପ୍ରେମଲାଲ ସାଗର, ପରମେ ମେଟାଲ, ଘନ ଜାଲ, ସୁବାଷ ପ୍ରଧାନ, ସମିର ଚାନ୍ଦ, ଗଙ୍ଗାଧର ପାତ୍ର, ହରି କୁମ୍ଭାର, ସୁରେଶ ଚୌଧୁରୀ, ଯୁବ କଂଗ୍ରେସ ଉପ ସଭାପତି ବେଣୁଧର ଦୁର୍ଗା, ବ୍ଳକ କାର୍ଯ୍ଯକାରୀ ସଭାପତି କେଶବ ନାଏବ ପ୍ରମୁଖ ବ୍ଯକ୍ତବ୍ଯ ପ୍ରଦାନ କରିଥିଲେ।

     କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ ଟାଉନ କାର୍ଯ୍ଯକାରୀ ସଭାପତି ସରୋଜ ବାଗ, ସହଯୋଗ କରିଥିଲେ ଟାଉନ ଉପସଭାପତି ପ୍ରିତମ୍ ବେହେରା, ଭାଗବତ ଯାଦବ, ଫକୀର ନାଏକ, ରହିତ ଜୈନ, ସୁଦାମ ପ୍ରଧାନ, ମନୋଜ କରୁଆଁ, ଦେବାଶିଷ ନାଏକ, ରିଚେକର ଦୀପ, ନିତିନ ବାଗ, ଧନେଶ୍ୱର ମାଝୀ ପ୍ରମୁଖ ।

ମସିହା ନିୟୁଜ୍ ସର୍ଭିସ୍

Related posts

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

ନବ ଚରଣ ମାଝୀଙ୍କ ମୁଣ୍ଡରେ ବିଜେପିର ମୟୂରଭଞ୍ଜ ସାଂସଦ ମୁକୁଟ

masiha

Leave a Comment

error: Content is protected !!