ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଦିଶାରୀ ଗୁଡା ରେ ଅଭିଭାବକ/ଅଭିଭାବିକା,ଶିକ୍ଷକ୍/ଶିକ୍ଷୟତ୍ରୀ ଙ୍କ ବୈଠକ

ନବରଙ୍ଗପୁର–++ (ମସିହା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଦିଶାରୀ ଗୁଡା ରେ ଅଭିଭାବକ/ଅଭିଭାବିକା,ଶିକ୍ଷକ ଙ୍କ ବୈଠକରେ ଗ୍ରୀଷ୍ମ ଅବକାଶ ନିମନ୍ତେ ପିଲାମାନଙ୍କୁ ଶିକ୍ଷା ପରିଚାଳନା ପାଇଁ ବୈଠକ ଅନୁଷ୍ଠିତ ହୋଇଜାଇଛି। ବୈଠକରେ ପିତା ମାତା, ଅଭିଭାବକ, ପ୍ରଧାନ ଶିକ୍ଷକ, CRCC ବାବୁଲାଲ ଯୋଗଦାନ କରିଥିଲେ।ଅଭିବ୍ବାବକ,ଅଭିଭାବିକା ,ଶିକ୍ଷକ/ଶିକ୍ଷୟତ୍ରୀ ବୈଠକରେ monitoring ପାଇଁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନନୀୟ ପ୍ରଦୀପ କୁମାର ନାଗ ଓ ପାପଡା ହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମାନନୀୟ ବିରେନ୍ଦ୍ର ପାଢ଼ୀ ସାର ଯୋଗଦାନ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ସାର ଗ୍ରୀଷ୍ମ ଅବକାଶ ରେ ଶିକ୍ଷା ଦାନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଅଭିଭାବକ କୁ ସଚେତନତା ସହ ଦାୟିତ୍ଵ ଓ କର୍ତ୍ତବ୍ୟ ଵୋଧ ହେବା ପାଇଁ ପିତା ମାତା,ଅଭିଭାବକ କୁ ଅବଗତ କରିଥିଲେ। ଶିକ୍ଷକ ମଧ୍ୟ ଗାଁ ରେ ଆସି ଶିକ୍ଷା ଦାନ କରିବେ ବୋଲି ବୈଠକରେ ମତ ପୋଷଣ କରୁଥିଲେ। ସରକାର ତରଫରୁ ମିଳୁଥିବା ସୁବିଧା ବାବଦରେ ଅଭିଭାବକ କୁ ପଚାରି ବୁଝିଥିଲେ। ଗ୍ରୀଷ୍ମ ଅବକାଶ ରେ ପ୍ରତି ପିଲାଙ୍କୁ କାର୍ଯ୍ୟକ୍ରମ ତଥ୍ୟ ପ୍ରଦାନ ସହ ପ୍ରଧାନ ଶିକ୍ଷକ ଶିକ୍ଷା ପରିଚାଳନା ଆବଶ୍ୟକ ଅଟେ। ଶିକ୍ଷା ବ୍ୟବସ୍ଥା କୁ ସୁ ପରିଚାଳନା , ଶିକ୍ଷା ଅଧିକାର କୁ ନିଶ୍ଚିତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସାର ଉପାନ୍ତ ଅଞ୍ଚଳକୁ ଗସ୍ତକରି ଶିକ୍ଷା ର ବିକାଶ ପାଇଁ ଦେଵଦୂତ ସାଜି କାର୍ଯ୍ୟକରି ଶିକ୍ଷା ବିଭାଗ ପାଇଁ ଗୌରବ ଆଣି ଦେଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତଙ୍କ ପାଇଁ ପ୍ରେରଣା ର ଉସ୍ଚ।ଜିଲ୍ଲା ଶିକ୍ଷା ଅଧିକାରୀ ସାରକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜୋଜକ ବାବୁଲାଲ, ପ୍ରଧାନ ଶିକ୍ଷକ ରଂଜନ ଖୁରା,ଅଭିଭାବକ/ଅଭିଭାବିକା ସଭ୍ୟ ଫୁଲ ମାଳ ଦେଇ ,ମାଆ ମାନଂକ ହୁଳହୁଳି ଦ୍ଵାରା ସ୍ବାଗତ କରିଥିଲେ। ଆଞ୍ଚଳିକ ସାଧନକେନ୍ଦ୍ର ସଞ୍ଜୋଜକ ଶିକ୍ଷା ର ବିକାଶ ଓ ସଚେତନତା ପାଇଁ ବିଦ୍ୟାଳୟ ପରିଦର୍ଶନ ରେ ସଚେତନତା ବାର୍ତ୍ତା ଦେଇ କାର୍ଯ୍ୟକରିବା ସହଦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟପାଇଁ ପ୍ରେରଣା ଦେଉଛନ୍ତି।ଗୋଷ୍ଟି ଶିକ୍ଷା ଅଧିକାରୀ ସାର ଶିକ୍ଷା ର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ

masiha

ସମ୍ପୂର୍ଣ୍ଣ ଶରୀର ଦାନ କଲେ କବି ଓ ସାମ୍ବାଦିକ

masiha

Honorable MP Mr.Bhartruhari Mahatab feliciated by ACA.

masiha

Leave a Comment

error: Content is protected !!