ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା/ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ବିଜେଡି ତରଫରୁ ଡିଏଭି ଛକ ଠାରେ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପରାମର୍ଶ ଓ ପ୍ରାକ୍ତନ ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର ତଥା ରାଉରକେଲା ମହିଳା ବିଜେଡି ସଭାପତି ଜ୍ୟୋସ୍ନା ନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ପଣାସକ୍ରାନ୍ତି ଦିନ ଆରମ୍ଭ ହେଇ ଆସନ୍ତା ୧ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସଂପ୍ରତି ଗୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପଥିକଙ୍କ ପାଇଁ ଟଙ୍କ ତୋରାଣି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡିଏଭି ଛକରେ ଗହଳି ଲାଗି ରହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମକୁ ସହରବାସୀ ପ୍ରଶଂସା କରିଛନ୍ତି । ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ପୂବାହ୍ନ ୧୧ ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଚାଲୁ ରହିଛି । ମହିଳା ବିଜେଡି କର୍ମୀ ସୁନନ୍ଦା ସେନାପତି, ଛବି ମହାନ୍ତି, ତାରିଣୀ ସେଠୀ, କବିତା ରଥ, ସ୍ମିତା ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ,ମଞ୍ଜୁଳା ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ବିଶ୍ବ ମହିଳା ଦିବସରେ ମହିଳାଙ୍କୁ ମିଳିଲା ସମ୍ମାନ

masiha

ବହଳଦା ଲ୍ଯାମ୍ପରେ ଧାନମଣ୍ଡି ବିଡ଼ିଓ ଦ୍ବାରା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!