ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କଲେ ଇଦୁଲଫିତର

ଢ଼େଙ୍କାନାଳ -:  ଆଜି ହେଉଛି ଇଦ୍ ମୁବାରକ ବା ଇଦୁଲଫିତର। ଯାହାକି ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ପର୍ବ। ବର୍ଷକରେ ଥରେ ଆସୁଥିବା ଏହି ପର୍ବ କୁ ମୁସଲମାନ ଭାଇ ଓ ଭଉଣୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାନ୍ତି। ତେବେ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ମିନା ବଜାର ସ୍ଥିତ ଜାମା ମସଜିଦ ଠାରେ ସକାଳ ୯ ଘଣ୍ଟିକା ସମୟରେ ଇମାମ ସାହାବ ମୈାଲାନା ମୁଦସିର ଅହେମଦ ନମାଜ ପାଠ କରିବା ପରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ଓ ସମାଜ ସେବୀ ରାମଚନ୍ଦ୍ର ପାତ୍ର ଯୋଗଦେଇଥିଲେ । ଜନାବ ସମଦ ବେଗ୍ (ମସଜିଦ ସଭାପତି), ବିଜେଡି ସଂଖ୍ୟାଲଘୁ ସଭାପତି ଅସରଫ ଖାଁ, ଅଫଜଲ ମହମ୍ମଦ,ନୁରୁଲ ଇସଲାମ (ମସଜିଦ ସହ ସମ୍ପାଦିକ),ରାଜି ଅନ୍ସାର ଅଲ୍ଲୀ, ହାଜି ଅମ୍ଜାଦ୍, ଆଡଭୋକେଟ ସୁଲେମାନ ଖାଁ, ଓ ମୁନୀର ବେଗ୍ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରମଜାନ ମାସର ୩୦ଦିନ ଉପବାସ ପରେ ଆଜି ଏହି ପର୍ବ ଇଦୁଲଫିତର ପାଳନ କରାଯାଇଛି।ଆନନ୍ଦ ଉଲ୍ଲାସ ସହ ଇଦ୍ ମୁବାରକ ତଥା ଏହି ଭାଇଚାରାର ପର୍ବ ଇଦୁଲଫିତର ଛୋଟ ଛୋଟ ପିଲାଙ୍କ ଠାରୁ ବଡ ଲୋକ ସମସ୍ତେ ଏହି ଉତ୍ସବ କୁ ପାଳନ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଆଟିଗାଁ ରେ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ମହାବୀର କମ୍ୟୁନିଟି ସେଣ୍ଟର ନାମରେ ଅର୍ଥ ଆତ୍ମସାତ ଅଭିଯୋଗ

Sunil Chandra Nayak

ବିଶିଷ୍ଟ ସମାଜସେବୀ ତଥା ୪୨ ମୌଜା ଗୌରବ ଡକ୍ଟର ସେକ୍ କଲିମୁଲ୍ଲା ସମ୍ବର୍ଧିତ

Leave a Comment

error: Content is protected !!