ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସହଦେବ ପରିଡ଼ା ଙ୍କ କବିତା = ଜଣାଣ

  ଜଣାଣ

ନିତ୍ୟ ସୁନ୍ଦର ତୁମେ ଜଗନ୍ନାଥ
ଶ୍ରୀକ୍ଷେତ୍ର ମଉଡମଣି
ହେ ପୁରୁଷୋତ୍ତମ ଶଙ୍ଖ ନାଭି କ୍ଷେତ୍ରେ
ନୀଳଚଳେ ନୀଳମଣି
ହେ ମହାବାହୁ….
ତୁମ୍ଭ ନାମ ଗାଇ ଗାଇ ଦିନ ଯାଉ
ହେ…. ମହାବାହୁ।।
ତୁମ ଦର୍ଶନ ମାତ୍ରେକେ ଜୀବର
ସକଳ ଶୁଭ ହୁଅଇ
ବହୁ ଜନମର ପାପ ନାଶ ହୁଏ
ମୋକ୍ଷକୁ ପରା ଲଭଇ
ହେ… ମହାବାହୁ
ତୁମ ଦର୍ଶନ ମାତ୍ରେକେ ଭକ୍ତି ଉପୁଜଇ
ହେ…. ମହାବାହୁ।।
ମୁଁ ଦୀନ ଅଧମ ତୋତେ ଧାୟୀନିତି
କରଇ ତୋର ଜଣାଣ
ତୋର ପାଦତଳେ ଶରଣ ଦିଅହେ
କରଇ ମୁହିଁ ଜଣାଣ
ହେ…. ମହାବାହୁ
ତୋର ରୂପଧାୟୀ ପ୍ରାଣ ଯାଉ
ହେ….. ମହାବାହୁ।।।

ସହଦେବ ପରିଡ଼ା

କୋଷାଗୁମୁଡା, ନବରଙ୍ଗପୁର

Related posts

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା = କୃଷ୍ଣ ଚୁଡ଼ା

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା – ।। ସିନ୍ଦୂର।।

masiha

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = ଶ୍ରୀରଙ୍ଗା ଚରଣେ

Sunil Chandra Nayak

Leave a Comment

error: Content is protected !!