ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସହଦେବ ପରିଡ଼ା ଙ୍କ କବିତା = ଜଣାଣ

  ଜଣାଣ

ନିତ୍ୟ ସୁନ୍ଦର ତୁମେ ଜଗନ୍ନାଥ
ଶ୍ରୀକ୍ଷେତ୍ର ମଉଡମଣି
ହେ ପୁରୁଷୋତ୍ତମ ଶଙ୍ଖ ନାଭି କ୍ଷେତ୍ରେ
ନୀଳଚଳେ ନୀଳମଣି
ହେ ମହାବାହୁ….
ତୁମ୍ଭ ନାମ ଗାଇ ଗାଇ ଦିନ ଯାଉ
ହେ…. ମହାବାହୁ।।
ତୁମ ଦର୍ଶନ ମାତ୍ରେକେ ଜୀବର
ସକଳ ଶୁଭ ହୁଅଇ
ବହୁ ଜନମର ପାପ ନାଶ ହୁଏ
ମୋକ୍ଷକୁ ପରା ଲଭଇ
ହେ… ମହାବାହୁ
ତୁମ ଦର୍ଶନ ମାତ୍ରେକେ ଭକ୍ତି ଉପୁଜଇ
ହେ…. ମହାବାହୁ।।
ମୁଁ ଦୀନ ଅଧମ ତୋତେ ଧାୟୀନିତି
କରଇ ତୋର ଜଣାଣ
ତୋର ପାଦତଳେ ଶରଣ ଦିଅହେ
କରଇ ମୁହିଁ ଜଣାଣ
ହେ…. ମହାବାହୁ
ତୋର ରୂପଧାୟୀ ପ୍ରାଣ ଯାଉ
ହେ….. ମହାବାହୁ।।।

ସହଦେବ ପରିଡ଼ା

କୋଷାଗୁମୁଡା, ନବରଙ୍ଗପୁର

Related posts

ନନ୍ଦିନୀ ରାଉତ ଙ୍କ କବିତା = ମୋ ନିକିମାମାର ଜନ୍ମଦିନ ପାଇଁ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା// ଆସିଛି ନୂଆ ବରଷ

Sunil Chandra Nayak

Leave a Comment

error: Content is protected !!