ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତ୍ରିଲୋଚନ ପାଢୀ ଙ୍କ କବିତା = ପବିତ୍ର ଅକ୍ଷୟ ତୃତୀୟା

 ପବିତ୍ର ଅକ୍ଷୟ ତୃତୀୟା

ତ୍ରିଲୋଚନ ପାଢୀ

(ଶିକ୍ଷକ)
ଓଡ଼ିଆ ସଂସ୍କୃତି 
ପ୍ରଥା ପରମ୍ପରା 
ଧର୍ମ ଭାବନା ମହାନ 
ବୈଶାଖ ମାସରେ 
ଅକ୍ଷୟ ତୃତୀୟା 
ହୁଏ ଵିଧିରେ ପାଳନ l 
ଅକ୍ଷୟ ତୃତୀୟା 
ପବିତ୍ର ତିଥିର
ଅମୃତ ମାହେନ୍ଦ୍ର ବେଳ 
କ୍ଷେତରେ ପହଞ୍ଚି 
ଚାଷୀ ଭାଇ କରେ 
ଅଖିମୁଠି ଅନୁକୂଳ l 
ବେତୁଲି ଗଉଣି 
ଗୋମୟରେ ଲିପି 
ସେଥିରେ ଚିତା ପକାଇ 
ଅଖିମୁଠି ଧାନ 
ଚାଷୀର ଘରଣୀ 
ଯତନରେ ରଖିଥାଇ l 
ଶୁଭବେଳେ ଚାଷୀ 
ନୂଆବସ୍ତ୍ର ପିନ୍ଧି 
ଅଖି ବେତୁଲି ମୁଣ୍ଡାଇ 
କ୍ଷେତରେ ପହଞ୍ଚି 
ଧୂପଦୀପ ଦେଇ 
ଅଖିମୁଠି ଚାଳିଥାଇ l 
ଅକ୍ଷୟ ତୃତୀୟା 
ପବିତ୍ର ତିଥିରେ 
ଶ୍ରୀଜଗନ୍ନାଥଙ୍କ 
ରଥଗଢ଼ା ଅନୁକୂଳ 
ପାଲିଙ୍କିରେ ବିଜେ 
ଶ୍ରୀମଧୁସୂଦନ 
ହୁଏ ଚନ୍ଦନର ଚାପଖେଳ ll 

ସମ୍ପାଦକ,ସମ୍ବାଦ ସାହିତ୍ୟ ଘର,ନାଉଗାଁ 

ସମ୍ପାଦକ,ତ୍ର୍ୟମ୍ବକଂ 

ସା/ପୋ:-ନନ୍ଦିଗ୍ରାମ 
ଭାୟା:-ନାଉଗାଁ ହାଟ 
ଜିଲ୍ଲା:-ଜଗତସିଂହପୁର 

Related posts

ହୃଷିକେଶ ଜାଲି ଙ୍କ କବିତା    l l ମୋ ଘର l l

Sunil Chandra Nayak

ସତ୍ୟ ସିଂ ବାଗ ଙ୍କ କବିତା = ପୁରୁଷୋତ୍ତମ ଶ୍ରୀରାମ

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା  l l l ହେ ଯୀଶୁ l l l

Sunil Chandra Nayak

Leave a Comment

error: Content is protected !!