ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା- କୃଷକ ଦିବସ ପାଳିତ

ଡାବୁଗାଁ, ୨୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୁନାପାଣି ଗ୍ରାମପଞ୍ଚାୟତ ଗିର୍ଲା ଗ୍ରାମରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ବା କୃଷକ ଦିବସ ମହାଆଡମ୍ବରରେ ଡାବୁଗାଁ କୃଷି ବିଭାଗ ଦ୍ଵାରା ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଧନସିଂ ପୁଝାରୀଙ୍କ ଦ୍ଵାରା ଜମି ଉପରେ ମହାଲକ୍ଷ୍ମୀଙ୍କ ଫଟୋରେ ଫୁଲ,ଚନ୍ଦନ,ଧୁପ,ଦୀପ ପ୍ରଦାନ କରିଥିଲେ।କର୍ତ୍ତା ଭାବେ କୃଷି, ସୁଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ଏମ୍. ବୁଲୁ ରାଓ ଯୋଗ ଦେଇ ପୁଜାକାର୍ଯ୍ୟ ସମାପନ କରି ଅଖିମୁଠି ଚାଷୀ ରାମ ଭତ୍ରାଙ୍କ ଜମିରେ ଅନୁକୂଳ କରିଥିଲେ । ଏତଦ୍ ବ୍ୟତିତ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ଦ୍ଵାରା ଅଖିମୁଠି ଅନୁକୁଳ କରିଥିଲେ । ଏହା ପରେ ଆୟୋଜିତ ସଭାରେ କୃଷି, ସୁଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ଶ୍ରୀ ରାଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧିଏମ୍ ଆପ୍ପା ରାଓ, , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜୋନ୍-୨ ଗୁପ୍ତ ବିଷୋୟୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଜୁନାପାଣି ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଚନ୍ଦ୍ରକଳା ଭତ୍ରା, ଭରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ. ସାରସ୍ଵତ ସାହୁ ମଞ୍ଚରେ ଉପସ୍ଥିତ ଥିବାବେଳେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ମଞ୍ଚ ପରିଚାଳନା କରିଥିଲେ । ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅଧକ୍ଷ ଶ୍ରୀ ରାଓ ସମସ୍ତ ଚାଷୀମାନଙ୍କୁ ଚାଷସମ୍ବନ୍ଧୀୟ ସୁଚନା ଦେଇ ଥିବାବେଳେ ମୁଖ୍ୟ ଅତିଥି ଚାଷ ଉପରେ ସରକାରୀ ସହାୟତା ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଡାବୁଗାଁ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ ଜୟ ଯବାନ – ଜୟ କିଷାନ କଥା ଉପରେ ଯବାନ ଯେପରି ଆମଦେଶକୁ ସୁରକ୍ଷା ଦେଉଛନ୍ତି, କିଷାନ ସେପରି ଆମକୁ ଖାଦ୍ୟ ଯୋଗାଇ ଦେଉଛନ୍ତି, ଏମାନଙ୍କ ଭୁମିକା ଗୁରୁତ୍ଵପୁର୍ଣ ଉପରେ ବ୍ୟାପକ ବୁଝାଇ ଥିଲେ । କୃଷି ଅଧିଦର୍ଶକ ମମତା ସାହୁ, ନିଳକଣ୍ଠ ପଣ୍ଡା, କିଶୋର ଚନ୍ଦ୍ର ନାୟକ, ସୁଧାଂଶୁ ବରାଡ, ଗ୍ରାମ୍ୟ କୃଷି କର୍ମଚାରୀ ଶୁଶାନ୍ତ କୁମାର ରାଉତ, ଆତ୍ମାର ବି ଟି ଏମ ସୁରେନ୍ଦ୍ର ସିଂ କୌରବ,ଏ ଟି ଏମ୍ କେ.ଉଦୟ କୁମାରୀ ଙ୍କ ସହ ସମସ୍ତ କୃଷକ ସାଥି ସହଯୋଗ କରି ଥିବାବେଳେ ଜୁନାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ଚାଷୀ ଉପସ୍ତିତ ରହି ଅକ୍ଷୟ ତୃତିୟା ବ କୃଷକ ଦିବସକୁ ଶରସ ସୁନ୍ଦର କରିଥିଲେ । ଶେଷରେ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା ଧନ୍ୟବାଦ ଦେବାପରେ ସଭାପତିଙ୍କ ନିର୍ଦେଶକ୍ରମେ ସଭା ସାଙ୍ଗ କରାଯାଇଥିଲା।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ 

ମନ ମୋହିଲା ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ ସମାରୋହ,ଧଣ୍ଡରା ଠାରେ ବିଶାଳ ଜନ ଗହଳି 

masiha

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପ୍ରଦୀପ

Sunil Chandra Nayak

Leave a Comment

error: Content is protected !!