ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଅସହାୟକୁ ସହାୟ ହେଲା ବିଜୁ ଜନତା ଦଳ

ଢେଙ୍କାନାଳ (ମ ସୀ ହା)୨୧/୦୪_ ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଜୁଜନତା ଦଳ ସଦାସର୍ବଦା ଜନସାଧାରଣଙ୍କ ସେବାରେ ଉତ୍ସଗିକୃତ ଆଜି କାର୍ଯ୍ୟରେ ଦେଖାଉଛନ୍ତି l ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏସି ୱାର୍ଡ ନଂ -10ର ସୁଧାକର ବେହେରାଙ୍କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଥିବାର ଖବର ପାଇ ହିନ୍ଦୋଳର ପ୍ରିୟ ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକଙ୍କ ପ୍ରେରଣା ଓ ନିର୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତଥା ବରିଷ୍ଠ ପୂର୍ବତନ ହିନ୍ଦୋଳ କାଉନସିଲର ପ୍ରଦ୍ୟୁମ୍ନ ବେହେରା ଓ ନବନିର୍ବାଚିତା ଉପାଧ୍ୟାଖ୍ୟା ପ୍ରତିମା ରାଉତ ତୁରନ୍ତ ସୁଧାକରଙ୍କ ଘରେ ପହଂଚି ୱାର୍ଡର ବରିଷ୍ଠ ବିଜେଡ଼ି କର୍ମୀ ସୁବାସ ମହାରଣା, ବିଜୟ ବେହେରା ଓ ଅଜୟ ଦାସଙ୍କ ସହାୟତାରେ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଅଧିକ ଚିକିତ୍ସା ପାଇଁ କଟଜର ଅଶ୍ୱନୀ ଡାକ୍ତରଖାନା ରେ ନିଜସ୍ୱ ଖର୍ଚ୍ଚରେ ଭର୍ତି କରିଥିଲେ l ବିଜୁ ସ୍ୱାସ୍ଥ୍ୟ କାର୍ଡ ସଂଜୀବନୀ ସଦୃଶ୍ୟ କାର୍ଯ୍ୟ କରିଥିଲl l ଆଜି ସୁଧାକରଙ୍କ ଚିକିତ୍ସା ଆରମ୍ଭ ହୋଇଅଛି l ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଏହି ମହତ କାର୍ଯ୍ୟପାଇଁ ସମଗ୍ର ହିନ୍ଦୋଳରୁ ପ୍ରଶଂସାର ସୁଅ ଛୁଟିଛି l ହିନ୍ଦୋଳ ଏନ ଏ ସି ଉପାଧ୍ୟାକ୍ଷା ପ୍ରତିମା ରାଉତ ଓ ବରିଷ୍ଠ ବିଜେଡି ନେତା ପ୍ରଦ୍ୟୁମ୍ନ ବେହେରାଙ୍କ ଏହି ମହତ କାର୍ଯ୍ୟ ପାଇଁ ମାନ୍ୟବର ବିଧାୟିକା ସିମାରାଣୀ ନାୟକ, ବିଜୁ ଜନତା ଦକ ଓ ସଦସ୍ୟଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ଏଥି ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡିଶାବାସୀଙ୍କ ପାଇଁ ସଂଜୀବନୀ ସଦୃଶ ବୋଲି ପ୍ରମାଣିତ ହୋଇଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଭିନ୍ନ ସମସ୍ୟାକୁ ନେଇ ମାସାଧିକ ହେଲା ମଣ୍ଡିରେ ପଡି ରହିଛି ଧାନ,  ଧାନ ଉଠାଣ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀ ମଣ୍ଡି ପରିଦର୍ଶନ ସହ ଶିଘ୍ର ଧାନ ଉଠାଇ ମଣ୍ଡିବନ୍ଦ୍ ପାଇଁ ଦେଲେ ନିର୍ଦ୍ଦେଶ 

Sunil Chandra Nayak

ସଡକ ସୁରକ୍ଷା ସଚେତନା ଶୋଭାଯାତ୍ରା

masiha

ରାୟଗଡାରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!