ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର:( ତା୦୮.୦୯.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ଝରିଗାଁ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚିଁ ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସିଡ଼ିଏମ ସନ୍ତୋଷ କୁମାର ପଣ୍ଡା,ସିଡ଼ିଭିଓ ରାଧେଶ୍ୟାମ ଲାଇକ,ଏଡିଓ ଅନିଲ କୁମାର ପ୍ରହରାଜ,ଏଡିଇଓ ପ୍ରକାଶ ଚନ୍ଦ୍ର ମହାଳିକ,ସିଏସଓ ଦେବାଶିଷ ମହାନ୍ତି,ଡିଏସଡବ୍ଲୁ ଦ୍ରୌପଦୀ କହଁର, ବିଡ଼ିଓ ମଧୁସୂଦନ ମାଝୀ, ଚେୟାରମ୍ୟାନ ଦୁର୍ଗା ପ୍ରସାଦ ମାଝୀ, ତହସିଲଦାର ସୁମନ୍ତ ପାତ୍ର,ସିଡିପିଓ ବିରାଜ ମୋହିନୀ ପାଙ୍ଗି,ଡିଏଫଓ ବିଷ୍ଣୁ ଚରଣ କିସାନ,ଡାକ୍ତର ଅରବିନ୍ଦ ପଣ୍ଡା,ବିଈଓ ସୁନିତା ସିଂ,ଏଇଇ ବିଶ୍ୱରଂଜନ ଦେହୁରି,ଏଇଇ ଅରୁଣ କୁମାର ନାୟକ,ଆରଡବ୍ଲୁଏସଏସ ଜେଇ ଲିଙ୍ଗରାଜ ବାଘଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ବଳିତ ଥିଲା।ସାମାଜିକ ସୁରକ୍ଷା ବିଭାଗ ତରଫରୁ ୦୯ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ର ନୂତନ ସହାୟତା କାର୍ଡ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ : ପତାକା ଦେଖେଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ 

Sunil Chandra Nayak

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ = ଗୁରବେ ନମଃ

Sunil Chandra Nayak

Leave a Comment

error: Content is protected !!