ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ

ବନ୍ଧୁଗାଁ ତା -୨୩.୦୪.୨୦୨୩, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଘୁମୁରା ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ବା କୃଷକ ଦିବସ ଯଥାବିଧି ନିୟମ ଅନୁସାରେ ପାଳନ ହୋଇ ଯାଇଛି । ପ୍ରାରମ୍ଭରେ ସକାଳ ନଘଟିକା ସମୟରେ ପୂଜକ ନିକୁଞ୍ଜ ଶତପଥୀ ମହାଶୟଙ୍କ ଙ୍କ ପବିତ୍ର ବେଦମନ୍ତ୍ର ଓ ମାଙ୍ଗଳିକ ପୂଜାବିଧି ଅନୁସାରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ସାର ଭିତ୍ତିକ ନିୟତ୍ରଣ କର୍ମଚାରି କଣ୍ଡାନା ଗୁରୁମୂର୍ତ୍ତୀ,ଏଥିରେ ମୁଖ୍ୟ ବକ୍ତା ଭାବରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,କର୍ତ୍ତା ଭାବରେ ପୂଜାରେ ଉପବେଶନ ହୋଇଥିଲେ । ବନ୍ଧୁଗାଁ ବ୍ଲକର ପାଞ୍ଚଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିଥିଲେ ପଞ୍ଚାୟତର ଉକ୍ତ ପୂଜା କାର୍ଯ୍ୟରେ ସହ କର୍ତ୍ତା ଭାବରେ ଉପସ୍ଥିତ ରହି ବର୍ଷ ସାରା ଭଲ ଫସଲ ଅମଳ ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଏହା ସହ ବନ୍ଧୁଗାଁ ବ୍ଲକର କୃଷି କାର୍ଯ୍ୟାଳୟର କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ,ସହକାରୀ ବୈଶୟିକ ପରିଚାଳକ ଓ କୃଷକ ସାଥୀ ଉପସ୍ଥିତ ରହିବା ସହ ଉକ୍ତ ଗ୍ରାମ ଓ ପଡ଼ୋଶୀ ଗ୍ରାମର ଶତାଧିକ ଚାଷୀ ଭାଇ ଓ ଭଉଣୀ ପ୍ରମୁଖ ଭାବରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଯଥାବିଧି ପୂଜା କାର୍ଯ୍ୟ ସହ ହୋମ ଆଳତି ସମାପ୍ତ ହେବା ପରେ ବିହନ ଜମିରେ ପକାଇ ଅଖିମୁଠି ଅନୁକୂଳ ହେବା ସହ ଗ୍ରାମ ବାସୀ ମାନେ ନିଜର ହଳ ଜମିରେ ବୁଲାଇ ପବିତ୍ର ଶଙ୍ଖ ଧ୍ଵନି ଓ ହୂଳ ହୁଳି ଦେଇ ବିହନ ମଧ୍ୟ ବୁଣିଥିଲେ । ଏହା ପରେ ଦ୍ୱିତୀୟ ଅଧିବେଶନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଘୁମୁରା ଗ୍ରାମର ପ୍ରମୁଖ ବୁଦ୍ଧିଜୀବୀ ଓ ଭଦ୍ର ବ୍ୟକ୍ତି ଓ ପୁରୁଷ ଓ ମହିଳାଙ୍କ ଉପସ୍ଥିତ ରହି ଅକ୍ଷୟ ତୃତୀୟାର ମାହାତ୍ମ୍ୟ ତଥା କୃଷି ଓ ଆନୁସଙ୍ଗିକ କୃଷି ଉପରେ ଚାଷୀ ମାନଙ୍କୁ ବୁଝାଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

ଧର୍ମଗଡ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ # ନୂଆ- ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ

masiha

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

masiha

Leave a Comment

error: Content is protected !!