ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ

ବନ୍ଧୁଗାଁ ତା -୨୩.୦୪.୨୦୨୩, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଘୁମୁରା ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ବା କୃଷକ ଦିବସ ଯଥାବିଧି ନିୟମ ଅନୁସାରେ ପାଳନ ହୋଇ ଯାଇଛି । ପ୍ରାରମ୍ଭରେ ସକାଳ ନଘଟିକା ସମୟରେ ପୂଜକ ନିକୁଞ୍ଜ ଶତପଥୀ ମହାଶୟଙ୍କ ଙ୍କ ପବିତ୍ର ବେଦମନ୍ତ୍ର ଓ ମାଙ୍ଗଳିକ ପୂଜାବିଧି ଅନୁସାରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ସାର ଭିତ୍ତିକ ନିୟତ୍ରଣ କର୍ମଚାରି କଣ୍ଡାନା ଗୁରୁମୂର୍ତ୍ତୀ,ଏଥିରେ ମୁଖ୍ୟ ବକ୍ତା ଭାବରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,କର୍ତ୍ତା ଭାବରେ ପୂଜାରେ ଉପବେଶନ ହୋଇଥିଲେ । ବନ୍ଧୁଗାଁ ବ୍ଲକର ପାଞ୍ଚଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିଥିଲେ ପଞ୍ଚାୟତର ଉକ୍ତ ପୂଜା କାର୍ଯ୍ୟରେ ସହ କର୍ତ୍ତା ଭାବରେ ଉପସ୍ଥିତ ରହି ବର୍ଷ ସାରା ଭଲ ଫସଲ ଅମଳ ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଏହା ସହ ବନ୍ଧୁଗାଁ ବ୍ଲକର କୃଷି କାର୍ଯ୍ୟାଳୟର କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ,ସହକାରୀ ବୈଶୟିକ ପରିଚାଳକ ଓ କୃଷକ ସାଥୀ ଉପସ୍ଥିତ ରହିବା ସହ ଉକ୍ତ ଗ୍ରାମ ଓ ପଡ଼ୋଶୀ ଗ୍ରାମର ଶତାଧିକ ଚାଷୀ ଭାଇ ଓ ଭଉଣୀ ପ୍ରମୁଖ ଭାବରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଯଥାବିଧି ପୂଜା କାର୍ଯ୍ୟ ସହ ହୋମ ଆଳତି ସମାପ୍ତ ହେବା ପରେ ବିହନ ଜମିରେ ପକାଇ ଅଖିମୁଠି ଅନୁକୂଳ ହେବା ସହ ଗ୍ରାମ ବାସୀ ମାନେ ନିଜର ହଳ ଜମିରେ ବୁଲାଇ ପବିତ୍ର ଶଙ୍ଖ ଧ୍ଵନି ଓ ହୂଳ ହୁଳି ଦେଇ ବିହନ ମଧ୍ୟ ବୁଣିଥିଲେ । ଏହା ପରେ ଦ୍ୱିତୀୟ ଅଧିବେଶନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଘୁମୁରା ଗ୍ରାମର ପ୍ରମୁଖ ବୁଦ୍ଧିଜୀବୀ ଓ ଭଦ୍ର ବ୍ୟକ୍ତି ଓ ପୁରୁଷ ଓ ମହିଳାଙ୍କ ଉପସ୍ଥିତ ରହି ଅକ୍ଷୟ ତୃତୀୟାର ମାହାତ୍ମ୍ୟ ତଥା କୃଷି ଓ ଆନୁସଙ୍ଗିକ କୃଷି ଉପରେ ଚାଷୀ ମାନଙ୍କୁ ବୁଝାଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବେଲଖଣ୍ଡି ରୁ ରେଗଡ଼ା ରାସ୍ତା ରେ ସଡକ ଦୁର୍ଘଟଣା 

Sunil Chandra Nayak

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

୧- ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇକ ଆଖଡ଼ା ,୨- ଯନ୍ତାରିବୋଲ ସେବାଶ୍ରମ ଆବାସିକ ବିଦ୍ୟାଳୟ ର ପ୍ରାଧାନସେବକଙ୍କ କାର୍ଯ୍ୟାଧାରା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଅସନ୍ତୋଷ ,୩ କାମାକ୍ଷାନଗର ରେ ଗଣେଶପୂଜା ଭସାଣି  ଡିଜେ ବନ୍ଦ ସତ୍ୱେ ଡିଜେ ବାଜିବାରୁ ଅସନ୍ତୋଷ , ୪- ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ୍ ଲୁଟିନେଲେ ଦୁର୍ବୁତ୍ତ ,୫- ଦନ୍ତା ହାତୀ ଆକ୍ରମଣରେ ୧ ଗୁରୁତର , ୬- ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ , ୭-୭୬ ତମ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରାରୋପଣ, ୮- କାମାକ୍ଷାନଗରରେ ବିଶ୍ୱକର୍ମା ପୂଜା ପାଳିତ , ୯- ସହରର ୨ ସପିଙ୍ଗ ମଲ ଉପରେ ଫାୟାର ସେପ୍ଟି ମେଜର ଯାଞ୍ଚ , ୧୦-ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ, ୧୧- ଗଣେଶ ପୂଜା ଭସାଣିରେ ଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ, ୧୨- ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!