ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଟାପାଣି ଆଦିମ ଜଗାମାଳି ଛଉନୃତ୍ଯ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଯୋଗଦାନ

ମୟୂରଭଞ୍ଜ— (ମସିହା)ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକ ଅନ୍ତର୍ଗତ ଜଟାପାଣି ( ନଦୀସାହି) ଗ୍ରାମର ଆଦିମ୍ ଜଗାମାଳି ଛଉନୃତ୍ଯ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ବରିଷ୍ଠ ବିଜେପି ନେତା ବିଜୁ ଗୋପାଲ ଗୋପ,ସାଂସଦ ପ୍ରତିନିଧି ସାମନ୍ତ ଗିରି,ହେଁସଡା ସରପଞ୍ଚ ଗାଲେମଣି ମୁନ୍ଦୟା,, ସମିତି ସଭ୍ୟା ସୁମତି ବାର୍ଦା, ଶିକ୍ଷକ ବକ୍ସି ଜଗବନ୍ଧୁ ପାଲ,ବିଜେପି ନେତା ତୁରାମ ଦେଓଗାମ,ଲକ୍ଷ୍ମଣ ମାର୍ଣ୍ଡୀ,ସୁବାସ ବାରିକ,ରଂଜନ ବରାଳ, ରବିନ୍ଦ୍ର ବରାଳ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଗ୍ରାମବାସୀମାନେ ବିଶାଳ ପଟୁଆରରେ ନୃତ୍ୟ ବାଦ୍ୟରେ ଅତିଥିମାନଙ୍କୁ ମଂଚ ଉପରକୁ ପାଛୋଟି ନେଇଥିଲେ । ସଂସ୍କୃତି ଓ ପରଂପରାକୁ ନେଇ ସମାଜ ତିଷ୍ଠିଛି । ଭାରତୀୟ ସଂସ୍କୃତି ବିଶ୍ବରେ ଅନନ୍ୟ । ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରେ ଓ ଭାଇଚାରାର ସହାବସ୍ଥାନରେ ସାହାଯ୍ୟ କରେ ବୋଲି ଅତିଥିଗଣ କହିଥିଲେ । ଏକ ଛୋଟିଆ ଦୁର୍ଗମ ଅଂଚଳରେ ଏହି ଅନୁଷ୍ଠାନର ଏଭଳି ବିଶାଳ କାର୍ଯ୍ୟକ୍ରମ ଆୟୋଜନର କର୍ମକର୍ତ୍ତାମାନଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରଶଂସା କରିଥିଲେ । ପରେ କଳାକାର ମାନଙ୍କ ଦ୍ବାରା ଆକର୍ଷଣୀୟ ଛଉନୃତ୍ଯ ଓ ଝୁମର ନୃତ୍ୟ ପରିବେଷଣ କରାଯାଇଥିଲା ।ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।ପରେ କଳାକାରମାନଙ୍କୁ ଅତିଥିବୃନ୍ଦ ମାନପତ୍ର ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ ଆଦିମ୍ ଜଗାମାଳି ଛଉନୃତ୍ଯ ପ୍ରତିଷ୍ଠାନର ସଭାପତି ଗୋପୀନାଥ ପାଚେରୀ,ସଂପାଦକ କାଶୀନାଥ ହେମ୍ବ୍ରମ ଓ ଅନ୍ୟ କର୍ମକର୍ତ୍ତାମାନେ ଶୃଙ୍ଖଳାର ସହ ପରିଚାଳନା କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ମହାତ୍ମା ଜ୍ୟୋତିଭା ଫୁଲେ ଜନ୍ମ ଜୟନ୍ତୀ ପାଳିତ

masiha

ଓଡ଼ିଶା ସାହିତ୍ୟ ଏକାଡେମୀ ର ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!