ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ପଣ୍ଡିତ କୈଳାଶ ପାଣିଗ୍ରାହୀ ଙ୍କ ବିୟୋଗ ରେ ଶୋକ ସଭା

ଜୁନାଗଡ଼ ୨୪/୪// କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ସ୍ଥିତ ସ୍ବର୍ଗତ କୈଳାଶ ଚନ୍ଦ୍ର ପାଣିଗ୍ରାହୀ (ଧର୍ମlଧ୍ୟକ୍ଷ )ଙ୍କ ବିୟୋଗ ରେ ଏକ ଶୋକ ସଭା ଜୁନାଗଡ଼ ଫତେ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଶୋକ ସଭାରେ ଜୁନାଗଡ଼ ର ବୁଦ୍ଧିଜୀବୀ, ସ୍ବର୍ଗତ ପାଣିଗ୍ରାହୀ ଙ୍କ ସାଙ୍ଗ ,ସାଥି ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ l ଏହି ଶୋକ ସଭା କୁ ଶ୍ରୀଜଗନ୍ନାଥ ଚେତନା ଓ ଗବେଷଣା ପ୍ରତିଷ୍ଠାନ ପୁରୀ ର ରାଜ୍ୟ ପରିଷଦ ସମ୍ପାଦକ ଶ୍ରୀ ରାଧେଶ୍ୟାମ ପଣ୍ଡା ପରିଚାଳନା କରିଥିଲେ l ସ୍ବର୍ଗତ ପାଣିଗ୍ରାହୀ ଶ୍ରୀଜଗନ୍ନାଥ ଚେତନା ଓ ଗବେଷଣା ପ୍ରତିଷ୍ଠାନ ପୁରୀ ର ରାଜ୍ୟ ପରିଷଦ ଉପ- ସଭାପତି ଥିବାରୁ ତାଙ୍କର ଅମରଆତ୍ମା ର ସଦଗତି କାମନା ପୂର୍ବକ ପୁରୀ ପ୍ରତିଷ୍ଠାନ ରୁ ଆସିଥିବା ମରନୌତ୍ଵର ମାନ ପତ୍ର ପଠନ ପୂର୍ବକ ତାଙ୍କ ପୁଅ ଙ୍କୁ ପ୍ରଦାନ କରାଯାଇଥିଲା l ଏହି ଶୋକ ସଭାରେ ବରିଷ୍ଠ ନାଗରିକ ସୁଧାଂଶୁ ଶେଖର ନେଗୀ, ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଈଶ୍ୱର ପୁଝାରୀ, ସମ୍ପାଦକ ଭୁବନେଶ୍ୱର ସାହୁ, ସିଟିଜେନ ଫୋରମ ର ସମ୍ପାଦକ ବିଜୟ ବେହେରା, ବ୍ରାହ୍ମଣ ସମାଜ ସଭାପତି ଶାନ୍ତନୁ ଯୋଶୀ, ମନୋରଞ୍ଜନ ପାଣିଗ୍ରାହୀ, ପିତାମ୍ବର ପଣ୍ଡା, ପ୍ରମୋଦ ପ୍ରହରାଜ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା, ମଳୟ ମୁଣ୍ଡ, ଲକ୍ଷ୍ମୀ ପଣ୍ଡା ଏବଂ କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ପ୍ରମୁଖ ଅଂଶ ଗ୍ରହଣ କରି ସ୍ବର୍ଗତ ପାଣିଗ୍ରାହୀ ଙ୍କ ସ୍ମୃତି ଚାରଣ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

Sunil Chandra Nayak

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

ଯୋରନ୍ଦା ରେ ସୁରୁଖୁରୁରେ ଚାଲିଛି ମାଟ୍ରିକ ପରୀକ୍ଷା

masiha

Leave a Comment

error: Content is protected !!