ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଦେଶରେ ପ୍ରଥମ ଥର ହେଲା ଜଳସ୍ରୋତର ଗଣନା । ଓଡିଶାରେ ଅଛି ୧.୮୧ ଲକ୍ଷ ଜଳସ୍ରୋତ

ସବୁଠୁ ଅଧିକ ଜଳସ୍ରୋତ ରହିଛି ପଶ୍ଚିମବଙ୍ଗ ରାଜ୍ୟରେ….

ଦେଶରେ ବର୍ତ୍ତମାନ ସୁଦ୍ଧା ଅଛି କେତୋଟି ଜଳସ୍ରୋତ? ସେନେଇ ପ୍ରଥମ ଥର ପାଇଁ ହୋଇଛି ଗଣନା । ଦେଶର ଜଳ ଶକ୍ତି ମନ୍ତ୍ରାଳୟ ଏନେଇ ରିପୋର୍ଟ ପ୍ରକାଶ କରିଛି । ସାରା ଦେଶରେ କେତୋଟି ପୋଖରୀ, ହ୍ରଦ ଓ ଜଳାଶୟ ଅଛି ସେ ନେଇ ତଥ୍ୟ ପ୍ରକାଶ କରାଯାଇଛି । ତେବେ ୨୦୧୮-୧୯ରେ କରାଯାଇଥିବା ଏହି ଗଣନା ମୁତାବକ ଏବେ ଦେଶରେ ମୋଟ ୨୪ ଲକ୍ଷ ଜଳସ୍ରୋତ ଥିବାବେଳେ, ସବୁଠୁ ଅଧିକ ଜଳସ୍ରୋତ ରହିଛି ପଶ୍ଚିମବଙ୍ଗ ରାଜ୍ୟରେ ।

ରିପୋର୍ଟ ମୁତାବକ, ଦେଶର ପଶ୍ଚିମବଙ୍ଗ ରାଜ୍ୟରେ ସବୁଠୁ ଅଧିକ ଜଳସ୍ରୋତ ରହିଛି । ତା ପଛକୁ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡିଶା ଓ ଆସାମରେ ସବୁଠୁ ଅଧିକ ଜଳସ୍ରୋତ ରହିଛି । ଖାସ୍ କଥା ହେଉଛି, ଜଳସ୍ରୋତକୁ ନେଇ ଗ୍ରାମୀଣ ଅଞ୍ଚଳ ଓ ସହରାଞ୍ଚଳ ଭିତରେ ବଡ ଧରଣର ପାର୍ଥକ୍ୟ ଦେଖିବାକୁ ମିଳିଛି । ଦେଶରେ ଯେତିକି ବି ଜଳସ୍ରୋତ ରହିଛି, ତା ଭିତରୁ ପ୍ରାୟ ୯୭ ପ୍ରତିଶତ (୨୩,୫୫,୦୫୫) ଜଳସ୍ରୋତ କେବଳ ଗ୍ରାମୀଣ ଅଞ୍ଚଳରେ ରହିଛି । ସେହିପରି ବାକି ୨.୯ ପ୍ରତିଶତ (୬୯,୪୮୫) ଜଳସ୍ରୋତ ସହରାଞ୍ଚଳରେ ରହିଛି ।

ଜଳଶକ୍ତି ମନ୍ତ୍ରାଳୟର ମୁଖପାତ୍ରଙ୍କ ସୂଚନା ମୁତାବକ, ଏହି ଗଣନା ଦେଶରେ ଥିବା ସମସ୍ତ ଜଳସ୍ରୋତର ବ୍ୟାପକ ତଥ୍ୟ ପ୍ରଦାନ କରୁଛି । ଏମାନଙ୍କ ଭିତରୁ ୨୨ ପ୍ରତିଶତ ଜଳସ୍ରୋତ ପ୍ରାକୃତିକ ହୋଇଥିବାବେଳେ, ୭୮ ପ୍ରତିଶତ ଜଳସ୍ରୋତ ହେଉଛି ମାନବ ନିର୍ମିତ । ସେହିପରି ଦେଶରେ ଥିବା ସମସ୍ତ ଜଳସ୍ରୋତ ମଧ୍ୟରୁ ୫୫.୨ ପ୍ରତିଶତ ଜଳସ୍ରୋତ ବ୍ୟକ୍ତିଗତ ଲୋକ ଓ ସଂସ୍ଥା ହାତରେ ଥିବାବେଳେ, ୪୪.୮ ପ୍ରତିଶତ ଜଳସ୍ରୋତ ସରକାରୀ ନିୟନ୍ତ୍ରଣରେ ରହିଛି । ତେବେ ଦେଶରେ ସବୁଠୁ ଅଧିକ ହ୍ରଦ ତାମିଲନାଡୁରେ ଥିବାବେଳେ, ସବୁଠୁ ଅଧିକ ଜଳସଂରକ୍ଷଣ ଯୋଜନା ମହାରାଷ୍ଟ୍ରରେ ରହିଛି । ଅନ୍ୟପଟେ ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶରେ ମୋଟ ୨.୪୫ ଲକ୍ଷ ଜଳସ୍ରୋତ ଥିବାବେଳେ, ଆନ୍ଧ୍ରପ୍ରଦେଶରେ ୧.୯୦ ଲକ୍ଷ ଜଳସ୍ରୋତ, ଓଡିଶାରେ ୧.୮୧ ଲକ୍ଷ ଜଳସ୍ରୋତ ରହିଛି । ତା ସହିତ ଆସାମରେ ୧.୭୨ ଲକ୍ଷ, ଝାଡଖଣ୍ଡରେ ୧.୦୭ ଲକ୍ଷ ଓ ତାମିଲନାଡୁରେ ୧.୦୬ ଲକ୍ଷ ଜଳସ୍ରୋତ ରହିଛି ।

ରିପୋର୍ଟରେ କୁହାଯାଇଛି ଦେଶରେ ଥିବା ମୋଟ ଜଳସ୍ରୋତ ମଧ୍ୟରୁ ୮୨ ପ୍ରତିଶତ ଜଳସ୍ରୋତ ଲୋକଙ୍କ ଉପଯୋଗରେ ଆସୁଛି । ଯେତେବେଳେ ବି ୧.୬ ପ୍ରତିଶତ ଜଳସ୍ରୋତ ଉପରେ ଜବରଦଖଲ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳାହାଣ୍ଡି ର ଗର୍ବ ଗୌରବ…. ଔଷଧୀୟ ବନସ୍ପତି ର ସଂରକ୍ଷକ ପଟାୟତ ଙ୍କୁ ପଦ୍ମ

Sunil Chandra Nayak

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଆଣ୍ଡୋ ଗସ୍ତ

Sunil Chandra Nayak

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

Leave a Comment

error: Content is protected !!