ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତ

ବନ୍ଧୁଗାଁ,୨୫।୦୪।୨୩,ଲକ୍ଷ୍ମୀପୁର ଏସଡିପିଓଙ୍କ ନେତୃତ୍ଵରେ ବନ୍ଧୁଗାଁ ପୋଲିସ ତରଫରୁ ଏଡଗୁମବାଲସା ଠାରେ ଚାଲିଥିବା ଏକ ଦେସି ଭାଟି ଉପରେ ଚଢାଉ କରାଜାଇଥିଲା । ପୋଲିସକୁ ଦେଖି ଭାଟିରେ ଥିବା ସମସ୍ତେ ଦୋଉଡି ପଳାଇଥିବା ବେଳେ ମଦ ରନ୍ଧାରେ ବ୍ୟବହୃତ ୮ଟି ରସ ହାଣ୍ଡି,୨୪ଟି ପ୍ଲାଷ୍ଟିକ୍ ଜାକିନ୍ ଓ ୧୩ଟି ପ୍ଲାଷ୍ଟିକ୍ ଡ୍ରମ୍ ସମେତ ୧୬୦ ଲିଟର ଦେସିମଦ ପୋଲିସ ଯବତ କରିଛି । ଏହି ଚଢାଉରେ ବନ୍ଧୁଗାଁ ପୋଲିସ ସମେତ ଆଇଆରବି ଯବାନ ମାନେ ସାମିଲ ଥିଲେ । ବର୍ତମାନ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରେ ଚାଲିଛି ମଦର ବନ୍ୟା, କିନ୍ତୁ ଅବକାରି ବିଭାଗ ନିଘୋଡ ନିଦରେ ସୋଇ ରହିଚି । ଘରେ ଘରେ ବିଦେଶି ମଦ ବିକ୍ରି ହେଉଥିଲେ ମଧ୍ୟ ବିଭାଗ ସେଥି ପ୍ରତି ଆଖି ବୁଝି ଦେଇଚି । କିନ୍ତୁ ବିଦେଶି ବିକୁଥିବା ଲୋକଙ୍କୁ ଛାଡି କେସ ବଢାଇବା ନାଁରେ କିଛି ଦେସି ମଦ ବିକ୍ରି କରୁଥିବା ଲୋକଙ୍କୁ ଗିରଫ କରି ମାମଲା ରୁଜୁ କରୁଥିବା ସାଧାରଣରେ ଚର୍ଚାର ବିଶୟ ପାଲଟିଛି । ତେଣୁ ବିଭାଗିୟ ଅଧିକାରି ଏଇଭଳି କର୍ମଚାରିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

ତିରିଂ ବ୍ଳକ ; ପୋଖାରିଆ ଡ୍ୟାମରୁ ଦୁଇ ଦିନ ପରେ ମୃତ ଦେହ ଉଦ୍ଧାର

masiha

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

masiha

Leave a Comment

error: Content is protected !!