ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କା ଶବରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ପ୍ରାଚୀନ ମଠ/ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା ନିମନ୍ତେ ଢେଙ୍କାନାଳ ଥୁଙ୍କର୍ସ ଫୋରମ୍‌ର ଦାବୀ 

ଢେଙ୍କାନାଳ, ତା.୨୫.୦୪.୨୦୨୩ରିଖ : ଢେଙ୍କାନାଳ ଥଙ୍କର୍ସ ଫୋରମ୍‌ର ସଦସ୍ୟ ଓ ସଦସ୍ୟାମାନେ ଇତିହାସ ପୁରୁଷ ଢେଙ୍କା ଶବରଙ୍କ ପ୍ରତିମୂର୍ତୀ ତୁରନ୍ତ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କ ପାଖରେ ଦାବୀ ଜଣାଇଛନ୍ତି । ପ୍ରକାଶ ଯେ, ଢେଙ୍କା ଶବର ନାମରେ ଆମ ଢେଙ୍କାନାଳର ନାମକରଣ ହୋଇଅଛି । ପ୍ରତିମୁର୍ତୀ ସ୍ଥାପନ ପାଇଁ ପୂର୍ବରୁ ଘୋଷଣା ହୋଇଥିବା କାରଣରୁ ଏପର୍ଯ୍ୟନ୍ତ ତାହା ଆରମ୍ଭ ହୋଇନଥିବାରୁ ଫୋରମ୍ ପକ୍ଷରୁ ଦୁଃଖ ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ ଲେଖୁଛନ୍ତି ଢେଙ୍କାନାଳରେ ରାଜରାଜୁଡା ଅମଳରୁ ଅନେକ ପୁରାତନ ମଠ ଅଦ୍ୟାବଧୂ ରହିଅଛି ଏବଂ ସେଗୁଡିକର ପରିଚାଳନା ଭାର ଦେବୋତର ବିଭାଗ ଅଧୀନରେ ଅଛି । ସହରସ୍ଥିତ ଯାଉଁଳିପୋଖରୀ ମଠ ଏବଂ ଦଧୂମନ ମଠ ଦୁଇଟି ଏପର୍ଯ୍ୟନ୍ତ ଢେଙ୍କାନାଳ ଐତିହ୍ୟର ସାକ୍ଷର ବହନ କରୁଛନ୍ତି। ମାତ୍ର ଉକ୍ତ ଦୁଇମଠର ପାରିପାର୍ଶ୍ବକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଦେବୋତର ବିଭାଗ ଯେତିକି ଦୃଷ୍ଟି ଦେବା କଥା ସେତିକି ଦୃଷ୍ଟି ନଦେବା ଦୁଃଖର ବିଷୟ ଅଟେ ବୋଲି ପ୍ରକାଶ କରିଛନ୍ତି । ଫଳରେ ଢେଙ୍କାନାଳରୁ ଏହି ପୁରାତନ ମଠ ସଂସ୍କୃତି ଲୋପ ପାଇବାକୁ ବସିଲାଣି । ବିଶେଷ କରି ୧୬୯୦ ମସିହାରୁ ପ୍ରତିଷ୍ଠିତ ଦଧୂମନ ମଠଟି ସହରର ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଏବଂ ଉକ୍ତ ମଠ ପ୍ରାଙ୍ଗଣରେ ଅନେକ ସାଂସ୍କୃତିକ, ସାମାଜିକ, ସାହିତ୍ୟିକ ସଭା ଅନୁଷ୍ଠିତ ହେଉଅଛି । ଉକ୍ତ ମଠରେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଉଅଛି ଏବଂ ଉକ୍ତ ବ୍ୟବସ୍ଥାକୁ ବାର୍ଷିକ ନିଲାମ କରାଯାଇ କିଛି ଆୟ ମଧ୍ୟ କରାଯାଉଛି । କିନ୍ତୁ ଉକ୍ତ ମଠର କୋଠାବାଡି, ମନ୍ଦିର, ବେଢା ଆଦି ଅତ୍ୟନ୍ତ ବିପଦଜନକ ଏବଂ ଅସୁନ୍ଦର ଅବସ୍ଥାରେ ଅଛି । ଆଲୋକ ବ୍ୟବସ୍ଥା ନାହିଁ କହିଲେ ଚଳେ । ସବୁଠାରୁ ବଡ ପରିତାପର ବିଷୟ ଏହିକି ଯେ, ଉକ୍ତ ମଠରେ ଦୈନିକ ଶହଶହ ଲୋକ ପ୍ରସାଦସେବନ କରୁଥିଲେ ମଧ୍ୟ ଏଠି ଏକ ଆନନ୍ଦ ବଜାର ନଥିବାରୁ ଲୋକ ମାନେ ବାଧ୍ୟ ହୋଇ ଠାକୁରଙ୍କ ସାମ୍ନା ମଣ୍ଡପରେ ପ୍ରସାଦ ପାଉଛନ୍ତି ଏବଂ ସେଇଠି ଅଇଁଠା ସଂଖୁଡି ପକାଉଛନ୍ତି, ଯାହା ସଂସ୍କୃତି ଏବଂ ଐତିହ୍ୟ ପ୍ରତି ଗଭୀର ଆଘାତ ଦେଉଅଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଏକ ଆନନ୍ଦ ବଜାର ଓ ମନ୍ଦିର କୋଠାବାଡିର ଉପଯୁକ୍ତ ଯତ୍ନ, ମଠର ଆଲୋକୀକରଣ ନିମନ୍ତେ ଉଲ୍ଲେଖ କରିବା ସହିତ ବଳରାମ ମନ୍ଦିରରେ ମଧ୍ୟ ବିଦ୍ୟୁତ ବିଛିନ୍ନ ହେବା ସମୟରେ ମନ୍ଦିରଟି ଅନ୍ଧାର ରହୁଥିବାରୁ ସେଠାରେ ଅସ୍ଥାୟୀ ବିଦ୍ୟୁତ୍ ସଂରକ୍ଷଣ ଯନ୍ତ୍ର ସଂଯୋଗ କରାଯିବା ଓ ମନ୍ଦିର ବାହାରେ ଶୌଚାଳୟର ବ୍ୟବସ୍ଥା କରାଯିବା ପାଇଁ ଥ୍ଙ୍କର୍ସ ଫୋରମ୍‌ର ସଦସ୍ୟମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ରଙ୍କୁ ଭେଟି ସମସ୍ୟା ଉପରେ ଆଲୋଚନା କରି ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ବେଳେ ଫୋରମ୍‌ର ସଭାପତି ସୋମେନ୍ଦୁର ଶତପଥୀ, ସଂପାଦକ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ବୈକୁଣ୍ଠନାଥ ଦ୍ବିବେଦୀ, ଅବିନାଶ ପଟ୍ଟନାୟକ, ବିବେକାନନ୍ଦ ଷଡଙ୍ଗୀ, ବିନୋଦ ବିହାରୀ ମୂଲିକ, ବିଭୁନାରାୟଣ ଦ୍ବିବେଦୀ ଓ ଦେବୀ ପ୍ରସନ୍ନ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ଦ୍ବାରା ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

masiha

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଭଂଜସେନାର ମିଶ୍ରଣ ପର୍ବ

Sunil Chandra Nayak

Leave a Comment

error: Content is protected !!