ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ଠାରେ କୁସୁର୍ଲା ଉପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିନ କରାଗଲା! ଏହି ଅବସରରେ ଲୋକମାନଙ୍କୁ ମଶାରୀ ବ୍ୟବହାର କରିବା,ଘର ଓ ଆଖ ପାଖରେ ପାଣି ଜମିବାକୁ ନଦେବା,ଶୀତ ଓ କମ୍ପ ସହିତ ଜର,ମୁଣ୍ଡା ବିନ୍ଧା ହେଲେ କି ବାତମାରିଲା ପରି ହେଲେ ନିକଟସ୍ଥ ସରକାରୀ ଡାକ୍ତର ଖାନା କୁ ଯାଇ ଚିକିତ୍ସା କରାଇବା ଏହି ସବୁ ଉପରେ ଜନସାଧାରଣଙ୍କୁ ସଚେତନ କରି 30ଜଣ ଲୋକଙ୍କୁ ରକ୍ତ ନମୁନା ପରୀକ୍ଷା,ଡାଇବେଟିସ,ଉଚ୍ଚରକ୍ତ ଚାପ,ମ୍ୟାଲେରିଆ ଆଦି ପରୀକ୍ଷଣ କରି ଔଷଧ ବିତରଣ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ କୁସୁର୍ଲା (ହଜାରୀପଡା) ଗ୍ରାମ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଶ୍ୟାମରାଜ ସାହୁ, ଗାଁ ଗୌନ୍ତିଆ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହୁ,ୱାଡ ମେମ୍ବର ଶ୍ରୀଯୁକ୍ତ ଡମ୍ବରୁ ସାହୁ,ଗଣେଶ୍ୱର ସାହୁ,ଜଳନ୍ଧର ସାହୁ, ଅକ୍ଷୟ ସାହୁ,ହେମସାଗର ସାହୁ,ଈଶ୍ୱର ସାହୁ,ରାମରାଜ ସାହୁ,ରତ୍ନାକର ସାହୁ,ନୀଳକଣ୍ଠେଶ୍ଵର ସାହୁ,ତୁଷ୍ମନ୍ତ ସାହୁ,ଲୋକନାଥ ସାହୁ ଉପସ୍ଥିତ ଥିବାବେଳେ କୁସୁର୍ଲା ଉପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଶ୍ରୀମତୀ ଶ୍ରାବଣୀ ସାହୁ,ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ଶ୍ରୀ ସନତ କୁମାର ସାହୁ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ କୁସୁର୍ଲା ହଜାରୀପଡା ରାମଜୀ ସାଂସ୍କୃତିକ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଓ କଳାରୁଦ୍ର ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା , ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର

Sunil Chandra Nayak

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ,କୋରାନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

Sunil Chandra Nayak

Leave a Comment

error: Content is protected !!