ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

ରାୟଗଡା :- ରାୟଗଡ ଜିଲ୍ଲାର ବିଭିନ୍ନ ବର୍ଗର ଶିକ୍ଷକ ମାନେ ଆଗାମୀ ଦିନରେ ହେବାକୁ ଥିବା ଶିକ୍ଷକଙ୍କ ପଦୋନ୍ନତି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇ ସରକାରଙ୍କ ଦ୍ଵାରା ପ୍ରକାଶିତ ପତ୍ର ସମ୍ପର୍କରେ ଆଲୋଚନା କରିଥିଲେ ।

ଆଲୋଚନାରେ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା 5754 ତା 8.3.2019 ର 8 ମ ( ଖ)-2 ରେ ଉଲ୍ଲେଖ ଥିବା ନିୟମାବଳୀ ଓ ପ୍ରାଥମିକ ଶିଖ୍ୟା ନିର୍ଦେଶକ ଙ୍କ ପତ୍ର ସଂଖ୍ୟା 7608 ତା 5.4.23 ରେ ଉଲ୍ଲେଖ ଥିବା ନିୟମାବଳୀ ଗୁଡିକ ଯେପରି ସଠିକ ଭାବରେ ଅବଲମ୍ବନ କରି ଜିଲ୍ଲା ରେ ପଦୋନ୍ନତି ପାଇବାକୁ ଥିବା ବିଭିନ୍ନ ବର୍ଗର ଶିକ୍ଷକଙ୍କ ଭବିଷ୍ୟତ କୁ ନଜରରେ ରଖି ପଦନ୍ନୋତି ତାଲିକା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଆଶ୍ୱସନା ବ୍ୟକ୍ତ କରିଥିଲେ ।ଏହି ସମୟରେ ଶିକ୍ଷକ ଅଜିତ ଚୌଧୁରୀ, ଶିବ ରାମ ମିଶ୍ର, ସୁବାଷ ପାଳ,ମନୋରଞ୍ଜନ ମିଶ୍ର, ଗୋପାଳ ନାୟକ, ଦୁର୍ଗା ସନ୍ୟାସୀ ବେହେରା ଓ ନରେଶ ସିଂ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପକ୍ଷରୁ ପୁନିତ ସାଗର ଅଭିଯାନ

masiha

ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ ଦେହାନ୍ତ 

masiha

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!