ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ,  ଘଟଣା ସ୍ଥଳରେ ଯୁବତୀ ମୃତ୍ୟୁ ଓ ଦୁଇ ଜଣ ଗୁରୁତର, ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଜଣେ ଗୁରୁତର ଙ୍କୁ ନିଜ ଆମ୍ବୁଲାନ୍ସ ଆଣି  କୋରାପୁଟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଲେ     

ବନ୍ଧୁଗାଁ ତା ୨୬/୪/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୁଲୋଡା ପଞ୍ଚାୟତ ପି ସିଲାବାଡି ଗ୍ରାମରୁ କମ୍ବୁଗଣ୍ଡା ପଞ୍ଚାୟତର ଜାଡୱା ଗ୍ରାମକୁ ଯାଉଥିବା ବେଳେ ଅଟୋ ଏପି ୩୯ ଟିଏସ ୬୭୫୦ ଓ ହିରୋ ଗ୍ଳାମର ବାଇକ ଏପି ୩୫ ଏଚ ୫୦୫୦ ମୁହାମୁହିଁ ହେବାରୁ ଘଟଣା ସ୍ଥଳରେ ଜଣେ ଯୁବତୀ ମୃତ ଓ ଦୁଇ ଜଣ ଗୁରୁତର। ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବଡ଼ମାଥୁର ଗ୍ରାମର ମୁଖ୍ୟ ରାସ୍ତା ଛକ ଠାରେ ଦୁର୍ଘଟଣା ହୋଇଯାଇଛି। ମୃତ ଯୁବତୀ ସିଲିକା ମେଲେକା ୧୯ ବର୍ଷ ନିଜ ବିଧବା ମାଆ, ଜଣେ ବିକଳାଙ୍ଗ ଭଉଣି ଓ ଜଣେ ଛୋଟ ଭଉଣି ରହିଥିବା ବେଳେ ମୃତ ଯୁବତୀ ଜଣକ ବହୁ କଷ୍ଟରେ ପରିବାର ଚଳାଇ ଆସୁଥିଲେ । ବାଇକ୍ ଚାଳକ ଜଣକ ରାଜୁ ପିଡିକା (ପୁ)୨୬ ବର୍ଷ ଗ୍ରାମ ବଡମାଥୁର ମଦ ପିଇ ଦୃତ ଗତିରେ ବାଇକ୍ ଚଳାଇ ଆସୁଥିଲେ। ଦୁର୍ଘଟଣା ଘଟିବା ପରେ ଆମ୍ବୁଲାନ୍ସ ଫୋନ କରିବା ପରେ ବନ୍ଧୁଗାଁ , ନାରାୟଣପାଟଣା ଓ ଲକ୍ଷ୍ମୀପୁର ଠାରେ ଆମ୍ବୁଲାନ୍ସ ନ ଥିବାରୁ ଗୁରୁତର ଆହତ ବ୍ୟକ୍ତି ମାନେ ଅଟୋ ଗାଡ଼ି ନେଇ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ଓ ପୁର୍ବତନ ବିଧାୟକ କୈଳାଶ କୁଲେସିକା ପହଞ୍ଚି ଆମ୍ଭୁଲାନ୍ସ ୩ ଟି ବ୍ଲକ ଠାରେ ନ ଥିବା ଜାଣି ମାନବିକତା ଦେଖାଇ ସଙ୍ଗେ ସଙ୍ଗେ ନିଜ ପାଖରେ ଥିବା ଅମ୍ଭୁଲାନ୍ସ କୁ ଫୋନ କରିଥଲେେ  ମାତ୍ର ୧ ଘଣ୍ଟା ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା । ଚାଷୀମୂଲିଆ ଆଦିବାସୀ ସଂଘ ଜିଲ୍ଲା ସଭାନେତ୍ରୀ ପାଇଡ଼ାମା କଣ୍ଡାଗୋରୀ ଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଉକ୍ତ ଦୁଇ ଜଣ ଗୁରୁତର ଙ୍କୁ ଡକ୍ଟରଙ୍କ ଦ୍ୱାରା ଅତି ଶୀଘ୍ର ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେବା ପରେ ପୂର୍ବତନ ବିଧାୟକ କୈଳାଶ କୁଲେଶିକା ଙ୍କ ଆମ୍ବୁଲାନ୍ସ ଦ୍ୱାରା ଜଣକୁ କୋରାପୁଟ ପଠାଇଥିବା ବେଳେ ପାଇଡ଼ାମା କଣ୍ଡାଗୋରି ଚାଷୀମୂଲିଆ ଆଦିବାସୀ ସଂଘ ଜିଲ୍ଲା ସଭାପତି ଙ୍କୁ ନିଜ ସଂପର୍କୀୟ ମାନେ ନିକଟସ୍ଥ ପାର୍ବତୀପୁରମ୍ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ମୃତ୍ୟୁ ଯୁବତୀଙ୍କ ସଂପର୍କୀୟ ଙ୍କ ତରଫରୁ ପୋଲିସ୍ ଥାନା ଠାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅଣାଯାଇଛି ।ଦୁର୍ଘଟଣା ହୋଇଥିବା ବାଇକ୍ ଓ ଅଟୋ କୁ ପୋଲିସ୍ ଦ୍ୱାରା ଜବତ କରାଯାଇଛି । ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କୋରାପୁଟ ଜିଲ୍ଲା ଠାରୁ ୧୦୦ କିମି ଦୂରରେ ଥିବା ବେଳେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦୀର୍ଘ ୩ ବର୍ଷ ହେଉଛି ଆମ୍ବୁଲାନ୍ସ ସେବା ନ ରହିଥିବାରୁ ବିଜେଡ଼ି ସରକାରଙ୍କୁ ଭଲ ପାଇ ଭୋଟ ଆସୁଥିବା ଜନସାଧାରଣ ଙ୍କୁ ଆମ୍ବୁଲାନ୍ସ ସେବା ନ ଦେବା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ମୁଖ୍ୟତଃ ଦାୟୀ। କିନ୍ତୁ ଆଜି ପୂର୍ବତନ ବିଧାୟକ କୈଳାଶ କୁଲେଶିକା ମାନବିକତା ଦେଖାଇ ନିଜ ଆମ୍ବୁଲାନ୍ସ ଆଣି ସେବା ଦେଇଥିବାରୁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ଧନ୍ୟବାଦ ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ; ୬୫ ଛାତ୍ରଛାତ୍ରୀଙ୍କୁ ୯୩ ଉପକରଣ ବଣ୍ଟନ 

Sunil Chandra Nayak

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ନାବାଳିକା ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ଆଦିବାସୀ ସମାବେଶ 

Leave a Comment

error: Content is protected !!