ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

ରାଉରକେଲା/ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ରାଷ୍ଟ୍ରର ବିକାଶ ସମ୍ଭବ । ତେଣୁ ସମଗ୍ର ଭାରତ ବର୍ଷରେ ୧୫ ରୁ ୨୯ ବର୍ଷ ମଧ୍ୟରେ ଥିବା ଯୁବ ଗୋଷ୍ଠୀର ଶିକ୍ଷା, ରୋଜଗାର ଓ ସାମାଜିକ ସ୍ଥିତ ସମ୍ବନ୍ଧରେ ଏକ ସର୍ଭେ କାର୍ଯ୍ୟ ଚାଲିଛି । ସ୍ଥାନୀୟ ମ୍ଯୁନିସିପାଲ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଦ୍ବାରା ପ୍ରୋଗ୍ରାମ ଅଫିସର ଡ଼ଃ ଦିବ୍ଯକାନ୍ତି ବିଲୁଙ୍ଗ ଓ ଆକାଶ ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଚଳିତ ମାସ ୧୬ ତାରିଖରୁ ସାତ ଦିନ ଧରି ସର୍ଭେ କାର୍ଯ୍ୟ କରିଥିଲେ । ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଡ଼ଃ ସନାତନ ପ୍ରଧାନ ତଥା ସମ୍ମାନିତ ଅତିଥି ଭାବେ ଡ଼ଃ ପ୍ରକାଶ କୁମାର କର ଓ ମମତା ଚାନ୍ଦ ଯୋଗ ଦେଇଥିଲେ । ଶୃଙ୍ଖଳିତ ଜୀବନଚର୍ଯ୍ଯା, ସ୍ବାଧ୍ଯାୟ ଓ ନିସ୍ଵାର୍ଥ ସେବା ଭାବ ଦ୍ବାରା ବ୍ୟକ୍ତିତ୍ବ ବିକାଶ ହୁଏ ଏବଂ ଏହା ସୁସ୍ଥ ସମାଜ ଓ ଉନ୍ନତ ରାଷ୍ଟ୍ର ଗଠନରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଡ଼ଃ ବିଲୁଙ୍ଗଙ୍କ ଦ୍ବାରା ସଂଯୋଜିତ କାର୍ଯ୍ୟକ୍ରମରେ ଅଧ୍ଯାପିକା ଏମୀ କୁଜୁର ଓ ସଂଯୁକ୍ତା ବେହେରା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ବିତରଣରେ ସହଯୋଗ କରଥିବା ବେଳେ ଆକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସଂଖ୍ୟାରେ ଅଧ୍ଯାପକ ଅଧ୍ଯାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିଶୁ କବି କୁମୁଦିନୀ ଘିଙ୍କ “ଫୁଲ ହୋଇ ଫୁଟିବି” କବିତା ସଙ୍କଳନ ଉନ୍ମୋଚନ ଉତ୍ସବ

Sunil Chandra Nayak

ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର 

Sunil Chandra Nayak

ବ୍ଲକ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନ ଶୀଳତା ଉତ୍ସବ

masiha

Leave a Comment

error: Content is protected !!