ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୫ ବର୍ଷୀୟା ବିଧବା ମହିଳା ସତ୍ୟଭାମା କେବେ ପାଇବ ବର୍ଦ୍ଧିତ ୩୫୦୦ ବାର୍ଦ୍ଧକ୍ୟ ଭତ୍ତା:ପ୍ରଶାସନ ର ଦୃଷ୍ଟି ପଡୁ 

୮୫ ବର୍ଷୀୟା ବିଧବା ମହିଳା ସତ୍ୟଭାମା କେବେ ପାଇବ ବର୍ଦ୍ଧିତ ୩୫୦୦ ବାର୍ଦ୍ଧକ୍ୟ ଭତ୍ତା:ପ୍ରଶାସନ ର ଦୃଷ୍ଟି ପଡୁ 

ନବରଙ୍ଗପୁର:(୧୮|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚଚା ଗ୍ରାମ ପଞ୍ଚାୟତରେ ୮୫ ବର୍ଷୀୟା ବିଧବା ମହିଳା ସତ୍ୟଭାମା କେବେ ପାଇବ ବର୍ଦ୍ଧିତ ୩୫୦୦ ବାର୍ଦ୍ଧକ୍ୟ ଭତ୍ତା ତାହା ଏବେ ଦେଖିବାକୁ ମିଳିଛି l ପ୍ରଶାସନ ର କେବେ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା l ଆମେ କହୁଛୁ ଝରିଗାଁ ବ୍ଳକ ଚଚା ଗ୍ରାମ ପଞ୍ଚାୟତ ଦାବିରିମୁଣ୍ଡା ଗାଁ ବିଧବା ମହିଳା ସତ୍ୟଭାମା ଗୌଡ ଙ୍କ କଥା l ସତ୍ୟଭାମାଙ୍କ ସ୍ଵାମୀ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ମୃତ୍ୟୁ ବରଣ କରିଥିଲେହେଁ ଏହି ଅସହାୟ ମହିଳା ବାରମ୍ବାର ପ୍ରଶାସନ କୁ ଗୁହାରି କରି ତା କଥା କେହି ଶୁଣି ନ ଥିବା କହିଛନ୍ତି ସତ୍ୟଭାମା l ବର୍ତ୍ତମାନ ସରକାରଙ୍କ ଠାରୁ ସତ୍ୟଭାମାଙ୍କୁ ୫ କେଜି ଚାଉଳ ଓ ୧୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ସାହା ଓ ଭରସା l ଓଡିଶା ସରକାର ୮୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଏବଂ ୮୦% ରୁ ଅଧିକ ଭିନ୍ନକ୍ଷମ ମାନଙ୍କ ପାଇଁ ଭତ୍ତା ରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି, ହେଲେ ଏହି ସତ୍ୟଭାମା ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହି ଯାଇଛି l ଏଣୁ ଗ୍ରାମ ପଞ୍ଚାୟତ ଓ ବ୍ଳକ ପ୍ରଶାସନ ଏହି ବିଧବା ମହିଳା ସତ୍ୟଭାମା ପ୍ରତି ଦୟା ପରବସ ହୋଇ ଉଚିତ୍ ତଦନ୍ତ କରି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ଜନସାଧାରଣ ରେ ଦୃଢ଼ ଦାବୀ ହେଉଛି l ତେବେ ଯାଇ ସରକାରଙ୍କ ଯୋଜନା ହିତାଧିକାରୀମାନେ ପାଇବାରୁ ବଞ୍ଚିତ ହେବେନି l ସରକାରଙ୍କ ଯୋଜନା ର ଲାଭ ପାଇ ଆନନ୍ଦିତ ହେବେ l ସେତେବେଳେ ଯୋଜନା ହିତାଧିକାରୀ ପାଇ ଖୁସି ହୋଇ ପାରିବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସର୍ଗିଗୁଡ଼ାକୁ ପରିଦର୍ଶନ କଲେ ସ୍ବାସ୍ଥ୍ୟ ସଚିବ ଶାଳିନି ପଣ୍ଡିତ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ

Sunil Chandra Nayak

First state executive body meeting of the Journalist Council of India, Odisha wing was held in Bhubaneswar.

masiha

Leave a Comment

error: Content is protected !!