ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଦାନ କଳା ଦିବସ ପାଳିତ

ଢେ଼ଙ୍କାନାଳ(ମ ସୀ ହା)୨୭/୦୪_କଳିଙ୍ଗ ସିନେ ଆର୍ଟସ ଓମ୍ ଟିଭି ପ୍ରଯୋଜିତ ଢେଙ୍କାନାଳ ଓମ୍ ଟିଭି ଆନୁକୁଲ୍ଯରେ ହିନ୍ଦୋଳ ବ୍ଲକ୍ ହାତୁରା ଗ୍ରାମ ପଂଚାୟତ ପଡା ଗ୍ରାମ ସ୍ଥିତ ଗାୟତ୍ରୀ ପରିବାର ଆଶ୍ରମ ଚାଟଶାଳୀ ପରିସରରେ କିଟ୍ କିସ୍ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଆହ୍ୱାନ କ୍ରମେ ଆର୍ଟ ଅଫ୍ ଗୀଭିଂ ର ସଚେତନ କାର୍ଯ୍ୟକ୍ରମ ଅଦ୍ଯ ତା27/04/2023 ରିଖ ଗୁରୁବାର ଅପରାହ୍ନ 4ଘଟିକା ସମୟ ରେ ଶୃଙ୍ଖଳାର ସହ ସଫଳ ହୋଇ ପାରିଛି।

   ଗାୟତ୍ରୀ ପରିବାର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜନ ମଙ୍ଗଳ (ରାସୋଳ) ସ୍ଵେଚ୍ଛାସେବୀ ସଂଗଠନ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ସମ୍ମାନିତ ଅତିଥି ଭାବେ ସଭାନେତ୍ରୀ ନିରୁପମା ମିଶ୍ର,ଆଜୀବନ ସଦସ୍ୟା ନିବେଦିତା ନାୟକ,ସହ ସଂଯୋଜକ ଚନ୍ଦନ କୁମାର ସାହୁ,ସହଯୋଗୀ ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇ ଆର୍ଟ ଅଫ୍ ଗୀଭିଂ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

   ଓମ୍ ଟିଭି ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ, ଚକୋଲେଟ୍,ପେନ୍ ବଣ୍ଟନ ହୋଇଥିଲା।ଓମ୍ ଟିଭି ପ୍ରତିନିଧି ତଥା ଜନ ମଙ୍ଗଳ ରାସୋଳ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଶ୍ରମ ଶିକ୍ଷୟତ୍ରୀ ସୁଶ୍ରୀ ସ୍ଵର୍ଣ୍ଣମୟୀ ପ୍ରଧାନ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।        

         ଏହି କାର୍ଯ୍ୟକ୍ରମ ମେ 17 ପର୍ଯ୍ୟନ୍ତ ସାରା ଜିଲ୍ଲାରେ ପାଳନ ହେବ ବୋଲି ସଂଗଠକ ରତିକାନ୍ତ ଗଡନାୟକ ଘୋଷଣା କରିଥିଲେ। ପଡା ଗ୍ରାମର କୋଠଘର ପ୍ରାଙ୍ଗଣରେ ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ (ରାସୋଳ) ଦ୍ୱାରା ବିଶ୍ଵ ଦାନ କଳା ଦିବସ ଓ ଅଂଶୁଘାତ ଜନିତ ସଚେତନ ବାର୍ତ୍ତା ପ୍ରଦାନ ସହ ସମସ୍ତ ଗ୍ରାମବାସୀ ଙ୍କୁ ପ୍ରଚାର ପତ୍ର ବଣ୍ଟନ କରଯାଇଥିଲା।

        ଉକ୍ତ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ଉପରେ ପ୍ରଭାବ ପକାଇବା ସହିତ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ପୂର୍ବକ ଅଶେଷ ଧନ୍ଯବାଦ୍ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆଞ୍ଚଳିକସ୍ତରୀୟ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ 

masiha

ରାଜ୍ୟର ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁରସ୍କୃତ ହେବେ ମୟୂରଭଞ୍ଜ ମାଟି ର ପୁଅ ଭକ୍ତ ବତ୍ସଳ ବେହେରା

masiha

ତେନ୍ତୁଳିଖୁଣ୍ଟି ବ୍ଲକ ର ୬ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅବ୍ୟବସ୍ଥା : ସାତ ଦିନ ମଧ୍ୟରେ ପଦକ୍ଷେପ ପାଇଁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ

Sunil Chandra Nayak

Leave a Comment

error: Content is protected !!