ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଟାୱାର କ୍ଲବ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଟ ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ       

 ନଢରଙ୍ଗପୁର –(ମସିହା) ନବରଙ୍ଗପୁର ଟାୱାର କ୍ଲବ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଟ ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରାଧନୀ, ନବରଙ୍ଗପୁର ଏ ଡି ଏମ ଶ୍ରୀ ଭାସ୍କର ରୋଇତ, ଜିଲ୍ଲା ବିଜେଡି ସମ୍ପାଦକ ରବି ପଟ୍ଟନାୟକ, ଟାୱାର କ୍ଲବ ସଭାପତି କେ ଜେ ରାଓ, ନଗର ସଭାପତି ପ୍ରମୋଦ ରଥ, ଏବଂ ରବୀନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ଉଜ୍ୱଳ ଭବିଷତ କାମନା କରିଥିଲେ ! ଏହି ପ୍ରତିଯୋଗିତା ରେ ବିଭିନ୍ନ ଜିଲ୍ଲାର ଖେଳାଳି ମାନେ ଅଂଶ ଗ୍ରହଣ କରିଛନ୍ତି ! ! ଉକ୍ତ ପ୍ରତିଯୋଗିତା କୁ ଟାୱାର କ୍ଲବ ର ସମସ୍ତ କର୍ମ କର୍ତ୍ତା ସହଯୋଗ କରୁଥିବା ବେଳେ କ୍ଲବ ର ସମ୍ପାଦକ ଟିଂକୁ ଜୈନ ପରିଚାଳନା କରୁଛନ୍ତି !ଉକ୍ତ ଟୁର୍ଣ୍ଣାମେଣ୍ଟ ର କର୍ମକର୍ତ୍ତା ଙ୍କ ଠାରୁ ତା 27.04.2023 ରୁ ଆରମ୍ଭ ହୋଇ 4 ଦିନ ଏହି ପ୍ରତିଯୋଗୀତା ଚାଲିବ ବୋଲି ସୂଚନା ମିଳିଛି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

masiha

ବାବା ଭୈରବ ୟୁଥ କ୍ଲବ, ଛୋଟାସାହି,ଶଙ୍କରଡା-୨୦୨୪ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ନବରଙ୍ଗପୁର ଜିଲା ଫୁଟବଲ ଦଳର ସାହାଣୀ କପ ନିମନ୍ତେ କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!