ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନିଆଁରା ପରମ୍ପରା,ମା ହିଙ୍ଗୁଳାଙ୍କ କଚେରିରେ ଶରଣାଗତ ହେଲେ ମାନସିକଧାରୀ

କୋକସରା,୨୭/୪ ସୁପ୍ରିମକୋର୍ଟ,ହାଇକୋର୍ଟ, ଗ୍ରାମ୍ୟ ନ୍ୟାୟାଳୟରେ ବିଚାରାଧୀନ କଏଦୀ, ଅପରାଧୀଙ୍କ ପାଇଁ ଦଣ୍ଡବିଧାନ ଆଦେଶ ବିଚାର କରି ଶୁଣାଇ ଥାନ୍ତି କୋର୍ଟର ବିଚାରପତି।ହେଲେ ଦେବାଦେବୀ ମଧ୍ୟ ମାନସିକଧାରୀ ଶରଣାଗତ ଭକ୍ତ ପାଇଁ ନ୍ୟାୟ ଓ ଦଣ୍ଡବିଧାନ ଶୁଣାଉଥିବା କଥା ଶୁଣିଲେ ଟିକେ ଅଡ଼ୁଆ ଲାଗିବା ସ୍ୱାଭାବିକ, ହେଲେ ଏମିତି ବି ନିଆଁରା ପରମ୍ପରା ରହିଛି ଯେଉଁଠି ଦେବାଦେବୀ ଙ୍କ କଚେରିରେ ଶୁଣାଣି ହୁଏ , ଶରଣାପନ୍ନ ଙ୍କୁ ନ୍ୟାୟ ସହ ଦଣ୍ଡବିଧାନ ମଧ୍ୟ ମିଳେ। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ରେ ଦେବୀ ହିଙ୍ଗୁଳା ଙ୍କ ପଞ୍ଚ ବାର୍ଷିକ ଖନ୍ଦା ଚଲା ଯାତ୍ରା ମଙ୍ଗଳବାର ଉଡ଼ଜାପିତ ହୋଇଥିବା ବେଳେ ବୁଧବାର ହିଙ୍ଗୁଳା ଦେବୀ ଓ ଧର୍ମଗଡ଼, ଜୟପାଟଣା ଓ କଲମପୁର ବ୍ଲକ ର ୩୦ ଗ୍ରାମରୁ ଯୋଗଦେଇଥିବା ଅନ୍ୟ ପାର୍ଶ୍ଵ ଦେବୀ ମା ପେଡ୍ରାଣୀ, ସମଲେଇ, ମହାପା ଡୋକରି, କୋଉଡ଼ିଆ ଓ ଅନ୍ୟାନ୍ୟ ଦେବାଦେବୀ ମାନେ କଚେରି ରେ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନସିକଧାରୀ ଙ୍କ ଅଳି ଅର୍ଦ୍ଦଲି ଅଭିଯୋଗ ଶୁଣାଣି କରି ତାର ନିଷ୍କର୍ଷ ପାଇଁ ଉପାୟ ଦେଇଥାନ୍ତି। କୋର୍ଟ ବସିବା ପୂର୍ବରୁ ଗ୍ରାମର ମୁଖ୍ୟ ପୂଜକ ଲିଙ୍ଗରାଜ ମୁଲକିଆ ଦେବାଦେବୀ ଙ୍କୁ ପୁଜାପାଠ କରି ମନ୍ତ୍ର ରେ ଆବାହାନ କରିବା ପରେ ଶିରା ମାନଙ୍କ ଦେହରେ ଦେବାଦେବୀ ଙ୍କ କାଲିସି।ଲାଗି ହୁଅନ୍ତି। ପରେ ଆରମ୍ଭ ହୁଏ କଚେରି ରେ ଜନ ଶୁଣାଣି, ଦେବାଦେବୀ ଙ୍କ ନିକଟରେ ଶରଣାପନ୍ନ ହୋଇ ନିଜର ମାନସିକ ରୋଗ, ବୈରାଗ, ଦୁଃଖକଷ୍ଟ, ପରିବାର ମଧ୍ୟରେ ରହିଥିବା ଅଶାନ୍ତି, ପୁତ୍ର ସନ୍ତାନ ମାନସିକ ପୁରଣ ପାଇଁ କୋର୍ଟ ରେ ଦେବାଦେବୀ ଙ୍କୁ ଗୁହାରି କରନ୍ତି। ମା ହିଙ୍ଗୁଳା ଙ୍କ ନିକଟରେ ମାନସିକ ରୋଗୀ ଓ ଅପୁତ୍ରିକ ମହିଳା ମାନେ ଗୁହାରି କଲେ ତାଙ୍କ ରୋଗ ଓ ଅପୁତ୍ରିକ ଙ୍କୁ ସନ୍ତାନ ସୁଖ ମିଳେ ବୋଳି ଅଗାଢ଼ ବିଶ୍ୱାସ ରହିଛି। ଦେବାଦେବୀ ଙ୍କ କଚେରି ରେ ହାଜର ହେବାକୁ ଜିଲ୍ଲା ତଥା ନବରଙ୍ଗପୁର, ଛତିଶଗଡ଼ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁ ଦେବାଦେବୀ ଙ୍କ କୋର୍ଟରେ ହାଜର ହୋଇଥିଲେ। ସମସ୍ତେ ନିଜ ନିଜ ର ଦୁଃଖ ଜଣାଇଥିଲେ ଓ ଉପଚାର ମଧ୍ୟ ପାଇଥିଲେ। ଏହି କଚେରି କୁ ଡେଙ୍ଗାଗୁଡା ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ମଲ୍ଲିକ ପ୍ରସାଦ ନାଏକ, କ୍ଷୀରସିନ୍ଧୁ ଛାତ୍ରୀଆ, କ୍ଷେତୁରାମ ପାତ୍ର,ରଜନୀକାନ୍ତ ନାଏକ, ବେଣୁଧର ନାଏକ, ଶମ୍ଭୁଶ୍ୱର ନାଗ, ମାଧବ ଧ.ମାଝୀ, ଦୁଲ୍ଲଭ ଦାସ, ରାଜେନ୍ଦ୍ର ଛାତ୍ରୀଆ, ସୁଶିଳ ନାଏକ, ଦୁଷ୍ମନ୍ତ ଜୁଏଡ଼, ନରେନ୍ଦ୍ର ବାଗ ଓ ଡେଙ୍ଗାଗୁଡା ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ

Sunil Chandra Nayak

ମା ସୁକିଆ ବାଉତୀଙ୍କ ପୀଠ 

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

Leave a Comment

error: Content is protected !!