ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବାରେ ବ୍ରତୀ ପ୍ରଫେସର‌, ରୋଗୀଙ୍କୁ ବାଣ୍ଟିଲେ ଫଳ

କୋକସରା,୨୭/୪ ପେଶାରେ ସେ ଜଣେ ପ୍ରଫେସର, ନିଶା କିନ୍ତୁ ସମାଜସେବା । ଯେତେବେଳେ ସମୟ ମିଳେ ସମାଜସେବା କରିବାକୁ ଭଲ ପାଆନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ଡ଼.ଗୋପୀନାଥ ବାଗ ବର୍ତ୍ତମାନ ସେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ରହିଛନ୍ତି। ଯେତେବେଳେ ବି କର୍ମମୟ ଜୀବନରୁ ଅଵସର ମିଳେ ପେଶାରୁ ବାହାରି ସମାଜସେବା ପାଇଁ ଆଗେଇ ଆସନ୍ତି। ଗୁରୁବାର ନିଜ ଗାଁ କୋକସରାକୁ ଆସିଥିବା ବେଳେ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିବା ରୋଗୀଙ୍କୁ ଭେଟି ଫଳମୂଳ ବାଣ୍ଟିଛନ୍ତି ଓ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ପ୍ରଫେସର ବାଗଙ୍କ ସହ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, କୋକସରା ବ୍ଲକ ଯାଦବ ସମାଜର ସଭାପତି ବିନୋଦ ବିହାରୀ ରାଉତ, ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକ, ବସନ୍ତ ପଟ୍ଟନାୟକ, ସାମ୍ବାଦିକ ସନତ କୁମାର ପ୍ରଧାନି, ଦୁଷ୍ମନ୍ତ ପାଟ୍ଟଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତେରେସିଂହାରେ ମାଁ ଡୋକରୀ ଯାତ୍ରା ପାଳିତ

Sunil Chandra Nayak

ରାଇରଙ୍ଗପୁର ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ

masiha

ନିରିହ ଓ ଗରିବ ଲୋକଙ୍କ ସେବା ପାଇଁ ସ୍ବତନ୍ତ୍ର ପଦକ୍ଷେପ,ସହ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବି ; ଅକ୍ଷୟ କୁମାର ନାଏକ

Leave a Comment

error: Content is protected !!