ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଭିମାନ ଦିବସ ପାଳିତ

ଜୁନାଗଡ଼/ଚିଲିଗୁଡା ୨୮/୪ ( ମ ନି ସ ) ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ଦିନକୁ ଜୁନାଗଡ଼ ଓ ମୁଣ୍ଡରାଗୁଡା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁ ଥ ଅର୍ଗନାଇ ଜେସନ ତରଫରୁ ସ୍ୱାଭିମାନ ଦିବସ ପାଳିତ ହୋଇଥିଲା।ସମ୍ବାଦ ଆମ ଓଡ଼ିଶା ତରଫରୁ ସ୍ଥାନୀୟ ଆର ଏମସି ସଭାଗୃହ ଠାରେ ସମ୍ବାଦ ପ୍ରତିନିଧି ବିଭୁପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷ ତାରେଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର, ମୁଖ୍ୟବକ୍ତା ଭାବେ ଓକିଲସଙ୍ଘ ସଭାପତି ଅଶୋକ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ ,ରଶ୍ମିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସ୍ବେଚ୍ଛାସେବୀ ଅଶୋକ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରି ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ରହି ଥିଲେ।ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ତତ୍ୱ।ବଧାନରେ ମୁଣ୍ଡରାଗୁଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ। ସବିତା ମେହେର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡିଶା ଗଠନରେ ମଧୁବାବୁଙ୍କ ବଳିଷ୍ଠ ନେତୃତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ।ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ପଞ୍ଚାୟତ ସମିତି ଉପାଧକ୍ଷ ପ୍ରମୋଦ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ,ଶିକ୍ଷାବିତ ନରେନ୍ଦ୍ର ନ।ଏକ ,ପ୍ରବୀଣ କୁମାର ପଣ୍ଡା ଯୋଗଦାନ କରି ମଧୁବାବୁଙ୍କ ତ୍ୟାଗ ପୂତ ଓ ଆଦର୍ଶ ମୟ ଜୀବନୀ ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ କୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ସଂଯୋଜନା କରିଥିଲେ। ମୁଣ୍ଡରା ଗୁଡା ସ୍ୱୟଂ ସହାୟକ ସଂଘର ସଭ୍ୟ। ,ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ମାନେ ସକ୍ରିୟ ଭାବେ ଯୋଗଦାନ କରି ମଧୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

masiha

ନୂଆପଡା ଜିଲ୍ଲା ରେ ପୁଣି ଲାଗିଲା ଲାଲ ରଙ୍ଗ ର ମାଓ ବେନର  

masiha

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

Leave a Comment

error: Content is protected !!