ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ମୃତ୍ୟୁର ୧୨ବର୍ଷ ପରେ ବି ବିଧବା ଭତା ଓ ବିକଳାଙ୍ଗ ଭତାରୁ ବଞ୍ଚିତ

ଗୋଳାମୁଣ୍ଡା/ମସିହା/୨୮/୪/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଅସହାୟ ଅବସ୍ଥାରେ ଗତି କରୁଥିବା ପରିବାର ପ୍ରତି ଅନେକ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଆଜି ମଧ୍ୟ କେତେକ ପରିବାର ସରକାରୀ କର୍ମଚାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ସରକାରୀ ସୁବିଧା ପାଇବାରେ ବିଫଳ ହୋଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଲହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଲେତେର ଗ୍ରାମ ପଞ୍ଚାୟତର ବାଗମୁଣ୍ଡା ଗ୍ରାମରେ , ସ୍ୱାମୀ ବିଳାସ ମାଝୀ ମୃତ୍ୟୁ ବରଣ କରି ୧୨ବର୍ଷ ପରେ ବି ତାଙ୍କର ବିଧବା ମହିଳା ଚଞ୍ଚଲେ ମାଝୀ ଙ୍କୁ ବିଧବା ଭତା ମିଳି ପାରୁ ନାହିଁ, ପୁଣି ଦେଖିବାକୁ ମିଳିଛି ଯେ ବିଧବା ମହିଳା ଙ୍କ ଦୁଇଟି ଝିଅ ମଧ୍ୟରୁ ଗୋଟିଏ ଝିଅ ଅନାଦି ମାଝୀଙ୍କ ଗୋଟିଏ ଆଖି ଦେଖି ପାରୁ ନ ଥିଲା ବେଳେ ଅନ୍ୟ ଝିଅଟି ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳି ପାରୁ ନାହିଁ ବୋଲି କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସ ସଭାପତି ସାହୁଳ ମଙ୍ଗରାଜ ଙ୍କ ଠାରେ ତାଙ୍କର ଦୁଃଖର ବିଷୟ ଜଣାଇ ଥିଲେ । ସାହୁଲ ମଙ୍ଗରାଜ ଓ ଅନୀଲ ମଲିକ ଏହି ଅଞ୍ଚଳ ପରିଦର୍ଶନ କରି ଥିବା ବେଳେ ଉକ୍ତ ଅସହାୟ ଅବସ୍ଥାରେ ଗତି କରୁଥିବା ପରିବାରଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ, ଦୁଇଟି ଝିଅ ମଧ୍ୟରେ ଜଣେ ସମ୍ପୂର୍ଣ୍ଣ ବିକଳାଙ୍ଗ ଓ ଅନ୍ୟ ଜଣେ ଝିଅର ଗୋଟିଏ ଆଖି ଦେଖି ପାରୁ ନାହିଁ ବୋଲି ତାଙ୍କର ବିଧବା ମହିଳା ମାଆ ଜଣାଇଛନ୍ତି ଓ ପ୍ରତିପୋଷଣରେ ବହୁ ବାଧା ସୃଷ୍ଟି କରିଛି, ହେଲେ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଯାଇ ଯାଇ ହଇରାଣ ହେଉଥିବା ଅଭିଯୋଗ କରିଥିଲେ । ଏହି ସମ୍ପର୍କରେ ସ୍ଥାନୀୟ ଲେତେର ସରପଞ୍ଚ ଦମୟନ୍ତି ଭୋଇଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ବିଚ୍ଛିନ୍ନ ହୋଇଥିଲା,ଦେଖିବା ସରକାର ଙ୍କ ପଦକ୍ଷେପ କେବେ ଅସହାୟ ପରିବାର ଉପରେ ଦୃଷ୍ଟି ମିଳିବ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତି ଶୀଳ ମସିହା

Related posts

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ରେ…

Sunil Chandra Nayak

ଉତ୍କଳ ସାମ୍ବାଦିକ ମୟୂରଭଞ୍ଜ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ; ସ୍ୱାସ୍ଥ୍ୟବୀମା ରାଶିକୁ ୧୦ଲକ୍ଷ ଟଙ୍କା ବୃଦ୍ଧି କରାଯାଉ ଓ ୧୫ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ 

Sunil Chandra Nayak

ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ : ବଜ୍ରାଘାତରେ ନାବାଳିକା ର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!