ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

  ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ୨ କେନ୍ଦ୍ରରେ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପରୀକ୍ଷାରେ ୧୯୨ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୫୬ ଜଣ ପରୀକ୍ଷା ଦେଇଥିଲେ | ୩୬ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଙ୍କ ସମେତ ୧୦ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ଥିଲେ | ସେହିପରି ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପରୀକ୍ଷାରେ ୧୯୨ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୫୯ ଜଣ ପରୀକ୍ଷା ଦେଇଥିଲେ | ୩୩ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ଙ୍କ ସମେତ ୧୦ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

masiha

ବିଦ୍ୟୁତ ଆଘାତରେ ତିନି ଦଣ୍ଡୁଆ ମୃତ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!