ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

ଶ୍ରୀ ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିରର ପୁର୍ବତନ ପୂଜକ ଶ୍ରୀ ରାମକୃଷ୍ଣ ପଣ୍ଡା ଙ୍କ ର ଆଜି ସଂଧ୍ୟା ୫ଘଣ୍ଟା ୩୦ମିନିଟରେ ହୃଦ୍ ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥଲା। ଧର୍ମଗଡସ୍ଥିତ ସର୍ବ ପୂରାତନ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ସେ ୫୦ରୁ ଉର୍ଦ୍ଧ୍ବ ବର୍ଷ ଧରି ପୂଜକ ଥିଲେ ତଥା ଅଞ୍ଚଳର ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ପରିଚିତ ଥିଲେ।ପୂଜାର୍ଚ୍ଚନା ସହ ମନ୍ଦିର ର ଯାବତୀୟ ପରିଚାଳନାରେ ସଂପୃକ୍ତ ରହି ସେ ଆଗ୍ରହର ସହିତ କାର୍ଯ୍ୟ ସମ୍ପାଦନା କରି ଅଞ୍ଚଳରେ ବେଶ୍ ପ୍ରିୟପାତ୍ର ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ ଶାନ୍ତିଲତା ମୁଣ୍ଡ, ମଝିଆ ପୁଅ ତିଲୋଚନ ମୁଣ୍ଡ, ସତ୍ୟ ମୁଣ୍ଡ, ବିଶ୍ବ ରଞ୍ଜନ ମୁଣ୍ଡ, ସାନ ପୁଅ ନୀଳମାଧବ ମୁଣ୍ଡ,ବୋହୂ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।ତାଙ୍କର ବଡ଼ ପୁଅ ପଦ୍ମନ ମୁଣ୍ଡଙ୍କ ପୂର୍ବରୁ ଦେହାନ୍ତ ହୋଇ ସାରିଛି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତାଙ୍କର ବିୟୋଗରେ ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ପ୍ରତାପ କିଶୋର ମୁଣ୍ଡ,ତୁଷାର ରଞ୍ଜନ ପଟ୍ଟଯୋଷି, ନିରଞ୍ଜନ ମହାପାତ୍ର, ହୃଷୀକେଶ ମିଶ୍ର,ବିଦ୍ୟାଧର ସାହୁ, ହିମାଂଶୁ ମୁଣ୍ଡ, ସୁରେଶ ଚନ୍ଦ୍ର ମୁଣ୍ଡ, କୃପାସିନ୍ଧୁ ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ମୁନି, ଧରଣୀଧର ଧଙ୍ଗଡାମାଝି, ସନ୍ତୋଷ କୁମାର ମେହେର ତଥା ସହରର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

masiha

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

masiha

Leave a Comment

error: Content is protected !!