ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଳାସିନୀ ପୃଷ୍ଟି ଙ୍କ କବିତା = ଶ୍ରମିକର ଅନ୍ତର୍ଦାହ

ଶ୍ରମିକର ଅନ୍ତର୍ଦାହ

ଶ୍ରମିକଟିଏ ମୁଁ ଶ୍ରମ କରେ ସିନା
କେ ବୁଝିବ ଅନ୍ତର୍ଦାହ
ସଭିଙ୍କର ସେବା କରୁଥାଇ ମୁହିଁ
କେ ବୁଝିବ ମୋର କୋହ
ଖଟିଲେ ଖାଇବି ନ ଖଟିଲେ ମରେ
ପରିବାର ଦାନା ପାଣି
ମାଟି ସାଥେ ଖଟି ପାଉଣା ଆଣଇ
ସାହା ମୋ ଢୋକେ ତୋରାଣି
ପରିବାର ପେଟ ପୋଷିବା ପାଇଁ ମୁଁ
ସକାଳରୁ ସନ୍ଧ୍ୟା ଯାଏଁ
ମୁଣ୍ଡ ଝାଳ ତୁଣ୍ଡେ ମାରି ଖଟୁ ଅଛି
ମୋ ଦୁଃଖ ବୁଝିବ କିଏ
ବଡ ବାବୁଙ୍କର ମୂଲ ମଜୁରୀ ମୁଁ
କରୁଥାଏ ନିତିଦିନ
ଦିନେ ନ ଖଟିଲେ ମୁଲ ମିଳେନାହିଁ
ହୁଏ ମୁହିଁ ହୀନିମାନ
ମୋ ପିଲାଙ୍କୁ ଖୁସି ଦେଇ ପାରୁନାହିଁ
ସ୍ଵଳପ ସମ୍ବଳ ମୋର
ଅନ୍ତର୍ଦାହେ ସିନା ଜଳେ ଦିନ ରାତି
କେ ବୁଝିବ ମନ ମୋର
ରୋଗ ପାଇଁ ପଥି ଔଷଧି ଟିକିଏ
ଯୋଗାଡ଼ କରି ପାରୁନି
ବାସ ଖଣ୍ଡେ ଲାଗି ଆଉଟି ହୁଅଇ
ପେଟତ ମୋର ପୁରୁନି
ରାତି ପାହିଗଲେ ସକାଳ ହୋଇଲେ
ପେଟ ଚାଖଣ୍ଡକ ଚିନ୍ତା
ଦିନେ ନ ଖଟିଲେ ମୁଲ ନ ମିଳିଲେ
ଦୁଃଖ କରଇ ଅହନ୍ତା
ଖରା କି ବରଷା, ଶୀତ କି ବସନ୍ତ
ମୋ ପାଇଁ ସବୁ ସମାନ
ସମ୍ମାନ ଖୋଜେନି ଦୁଃଖେ ସରେ ଦିନ
ଅନ୍ତର୍ଦାହେ ଜଳେ ମନ
କେ ବୁଝିବ ମୋର ମନ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ଅବିନାଶ ମହାପାତ୍ର ଙ୍କ କବିତା// ନୂଆ ବରଷରେ ଶୁଭ କାମନା 

Sunil Chandra Nayak

ସମୀର କୁମାର ପ୍ରଧାନ ଙ୍କ କବିତା = ସାଧବବୋହୁ

masiha

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

masiha

Leave a Comment

error: Content is protected !!