ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

    ଶ୍ରମିକ 

ନିଦାଘର ତାତି ଶ୍ରାବଣର ଝଡି
   ବରଷା କାକର ଶୀତ
ପାରେନାହିଁ ରୋଧି ପଥକୁ ଯାହାର
    ସେ ଯେ ମାଟିର ମଣିଷ l(1) 
ମୁଣ୍ଡ ଝାଳ ତୁଣ୍ଡେ ମାରି ଉପୁଯାଏ
    କ୍ଷେତେ ଶସ୍ୟର ସମ୍ଭାର
ଋତୁର ପର୍ଯ୍ୟାୟେ ବିବିଧ ଫସଲେ
   ସକଳେ ଦେଇ ଆହାର ll(2) 
ଉଷର ଭୂଇଁରେ ସବୁଜିମା ଖେଳେ
    ହସ୍ତ ପରଶଲଭିଣ 
ସ୍ବେଦ ବିନ୍ଦୁ ଢାଳେ ରକତ ନିଗାଡେ
    ପ୍ରକୃତି ମିତ୍ର ସାଜିଣ l(3) 
ବନ୍ଧ ବାଡ଼ ପୋଲ ଅଟ୍ଟାଳିକା ସୌଧ
     ନିରିମାଣେ ଶ୍ରମଜିଵୀ
କଳ କାରଖାନା ଶ୍ରମବଳେ ତାର
    ଦିବାରାତ୍ର ଚାଲୁଥାଇ l(4) 
ଜୀର୍ଣ୍ଣ କୁଟୀରରେ ପେଟେ ଓଦାକନା
ମିଳେନା ଯେବେମଜୁରୀ 
ସାହୁକାର ଋଣ ଯନ୍ତାରେ ପଡିଣ
   କପାଳରେ ହସ୍ତ ମାରି l(5) 
ସନ୍ତାନକୁ ଉଚ୍ଚ ଶିକ୍ଷା ଦୀକ୍ଷା ଦେବା
     ରହିଯାଏ ସପନରେ
ରୋଗବେମାରୀ ରେ ଅସହାୟତାରେ
     ଈଶ୍ଵରଙ୍କୁ ଡାକୁ ଥାଏ (6) 
ମାଟିର ମଣିଷ ଦେଶ ମେରୁଦଣ୍ଡ
    ଅବସ୍ଥାସୁଧାର ବିନା
ଦେଶର ପ୍ରଗତି ପଥ ବହୁ ଦୂର
      ହୋଇଲେ ଯେତେ ଯୋଜନା l(7) 

ନର୍ମଦା ନାୟକ

ଏଚ  ଆଇ  ଜି /ବି -97

କଳିଙ୍ଗ ବିହାର ,ଛେଣ୍ଡ ,

ରାଉରକେଲା -15 ,ସୁନ୍ଦରଗଡ଼

Related posts

ଜାନକୀ ମହାନ୍ତ ଙ୍କ କବିତା// ଇଂରାଜୀ ନବ ବରଷ-୨୦୨୩

Sunil Chandra Nayak

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା//ନୂଆ ବର୍ଷକୁ ପଦେ

Sunil Chandra Nayak

Leave a Comment

error: Content is protected !!