ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଶ୍ରମିକ ଦିବସ

 ଶ୍ରମିକ ଦିବସ

  ମାନଗୋବିନ୍ଦ ସ୍ବାଇଁ

ଦେଖି କୋଠାବାଡ଼ି ଶ୍ରମିକ ଦେ ଗଢ଼ି 
      ମୁଣ୍ଡଝାଳ ତୁଣ୍ଡେମାରି
କରି ଶ୍ରମଦାନ ଗଢି ଅଟାଳିକା
   ହସେ ଘରଯେ ସବୁରି।
ପଲ୍ଲୀ ରୁ ସହର ଗଢ଼ା ଯେତେ ସବୁ
         ଶ୍ରମିକର ଶ୍ରମଦାନ 
ତାଙ୍କରି ପାଇଁକି ରାସ୍ତା ଘାଟ ପୋଲ
       ଶ୍ରମଗଢା ଉତ୍ପାଦନ।
ଶ୍ରମିକ ଭାଇରେ ଦେଶ ହିତ ପାଇଁ
   ତୁମେ ଦେଶ ଯୋଦ୍ଧା ବୀର
ତୁମ ଶ୍ରମ ମୂଲ୍ୟ କିଏ ମାପି ନାହିଁ
   ଏ ମାଟି ମା ସନ୍ତାନର।
ନାହିଁ ରାତିଦିନ ଶ୍ରମ ସଦା କାଳେ
   ଶ୍ରମ କଲେ ତୁମେ ତୃପ୍ତି
ଜନତା କାମରେ ମନକୁ ବଳାଇ
   ଶ୍ରମ ଫଳ ତୁମ ଶାନ୍ତି।
ସଂସାର ଚଳୁଛି ସଂସାର ପୋଷୁଛ
      ଶ୍ରମ ଅଟେ ତୁମ ଧର୍ମ
ଶ୍ରମିକ ଜୀବନ ବଡ଼ କଷ୍ଟ ସାଧ୍ୟ
      ଶାନ୍ତି ରଖ ଭଗବାନ।
ଶ୍ରମିକ ଦିବସେ ଏତିକି ଶପଥ
     ଶ୍ରମ କରି ଉତ୍ସାହିତ
ହସିବ ସମାଜ ହସିବ ମୋ ଦେଶ
   ଉତ୍ପାଦନ ଖାଦ୍ୟ ଅମୃତ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମାମି ପାତ୍ର ଙ୍କ କବିତା// ନୂଆବରଷ ଖୁସିରେ ଆସ କରୁଛି ତୁମକୁ ସ୍ୱାଗତ

Sunil Chandra Nayak

ମିନତି ଦାଶ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଲଜ୍ଜା

Sunil Chandra Nayak

Leave a Comment

error: Content is protected !!