ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ପଛୁଆ ବର୍ଗ ପକ୍ଷରୁ ମୋଟେର ଛକରେ ଭାରତ ବନ୍ଦ ପାଳନ

କୋକସରା,୧/୫ ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ପଛୁଆ ବର୍ଗ ପକ୍ଷରୁ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଡାକରାରେ ସାମିଲ ହୋଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଛକ ଠାରେ ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ପଛୁଆ ବର୍ଗ ଓ ବନ୍ଦକୁ ସମର୍ଥନ ଜଣାଇ ଅନ୍ୟ ସଙ୍ଘଠନ ପକ୍ଷରୁ ରାସ୍ତା ଅବରୋଧ କରି ବନ୍ଦ ପାଳନ କରାଯାଇଛି। ଜାତି ଆଧାରିତ ଜନ ଗଣନା ନକରି ବିଜେପି ଦ୍ୱାରା ଓବିସି ସମାଜକୁ ଅପମାନ କରାଯିବା ପ୍ରତିବାଦରେ ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ମୋଟେର ଠାରେ ଆଜି ସକାଳ ୯ ଘଣ୍ଟା ରୁ ରାସ୍ତା ଅବରୋଧ କରାଯାଇଥିଲା ।ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର, ଜୟପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କୋକସରା ବ୍ଲକ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ବୋଡ଼କିଆଙ୍କ ନେତୃତ୍ୱରେ ଯୁବନେତା ବେଣୁପାଣି ଦୁର୍ଗା , ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା, ଚିତ୍ତରଞ୍ଜନ ଯାଦବ, ଜୟହରି ପଟେଲ, ବଣକୁ ଖରସେଲ, କୁଞ୍ଜ ଖମାରି, ଗୋପାଳ ଧ.ମାଝୀ, ହେଜମନ ନିଆଲ, ସୂର୍ଯ୍ୟକେତୁ ଶବର, ରୂପଚନ ଦଳପତି, ପର୍ଶୁରାମ ଶବର, ଡମ୍ବରୁ ଶବର, ମନିଜର ପୋଢ଼, କଳ୍ପ ନାଏକଙ୍କ ସହ ଅନେକ କର୍ମକର୍ତ୍ତା ଏହି ବନ୍ଦ ପାଳନରେ ସାମିଲ ରହି ଓବିସି ବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ବିରୋଧ କରି ନାରାବାଜି କରି ରାସ୍ତା ଅବରୋଧ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ କୋକସରା ଥାନା ମୋଟେର ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ପରେ ଦିନ ୧୧ ଘଣ୍ଟା ସମୟରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମ. ରାମପୁର ସହର ରେ ମାଙ୍କଡ ଙ୍କ ଆତଙ୍କରାଜ

Sunil Chandra Nayak

ଉଲ୍ଲେଖନୀୟ  ସେବା ପାଇଁ  ପିଇଓ ଅଲେଖ ସା ଙ୍କୁ କଳାହାଣ୍ଡି ଉତ୍ସବରେ ମାନପତ୍ର ପ୍ରଦାନ

Sunil Chandra Nayak

ନବରାତ୍ରି ଉପଲକ୍ଷେ ପାର୍ବଣ ଉତ୍ସବ-୨୦୨୫ ଉଦ୍ ଯାପିତ

Sunil Chandra Nayak

Leave a Comment

error: Content is protected !!